(କଣିହାଁ/ଜ୍ୟୋତିରଞ୍ଜନ ଧର ): ଅନୁଗୋଳ ଜିଲ୍ଲା ପାଲଲହଡା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ କଣିହାଁ ବ୍ଲକରେ ବିଜେଡି ପକ୍ଷରୁ ଅକ୍ଟୋବର ୨ ଠାରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ୧ ୧ ତାରିଖ ଅର୍ଥାତ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପର୍ୟ୍ୟନ୍ତ ପ୍ରତିଦିନ ମାରାଥନ ଜନସମ୍ପର୍କ ପଦଯାତ୍ରା ଜାରୀ ରହିବ । ପାଳଲହଡା ବିଧାୟକ ମୁକେଶ କୁମାର ପାଳ ମୂଖ୍ୟଅତିଥି ଭାବରେ ଯୋଗଦାନ ଆନୁଷ୍ଠାନିକ ଭାବରେ ଗତ ବୁଧବାର ଠାରୁ ଶୁଭାରମ୍ଭ କରିଥିଲେ । କଣିହାଁ ବ୍ଲକର କୁଳୁମା ଗ୍ରା.ପର ଖିଣ୍ଡୋ, ନିଆଳୁ, କୁଳୁମା, ଓଳନ୍ଦା ଆଦି ଗ୍ରାମଗୁଡିକ ବିଧାୟକ ଶ୍ରୀ ପାଳଙ୍କୁ ଏକ ବିରାଟପଟୁଆର ନାମ ସଂକୀର୍ତ୍ତନ ମାଧ୍ୟମରେ କାର୍ୟ୍ୟକର୍ତ୍ତା ମାନେ ପ୍ରାରମ୍ଭ ସ୍ୱାଗତ କରିଥିଲେ । ପରେ ଉକ୍ତ ଗ୍ରାମଗୁଡିକରେ ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ଲୋକଙ୍କର ବିଭିନ୍ନ ସମସ୍ୟା ପଚାରି ବୁଝି ଥିଲେ । ଏହି ଅଵସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଶୁଶାସନ, ବିକାଶ ଏବଂ ମୋ ସରକାର କାର୍ୟ୍ୟକାରିତା ର ଆଭିମୁଖ୍ୟ ସମ୍ପର୍କରେ ବିଧାୟକ ସାଧାରଣ ଜନତାଙ୍କୁ ଅବଗତ କରାଇଥିଲେ । ଏହି କାଯ୍ୟକ୍ରମରେ କଣିହାଁ ବ୍ଲକ ବିଜେଡି ସଭାପତି କୈଳାସ ଚନ୍ଦ୍ର ସାହୁ, ସାଧାରଣ ସମ୍ପାଦକ ହିମାଚଳ ପଣ୍ଡା, ଜିଲ୍ଲା ସମ୍ପାଦକ ଝସକେତନ ପ୍ରଧାନ, ଜିଲ୍ଲା ଉପସଭାପତି ବାବୁଲା ପ୍ରଧାନ, କଣିହାଁ ବ୍ଲକ ମିଡ଼ିଆ ସଂଯୋଜକ ସୁବାସ ମହାନ୍ତି, ଜିତେନ୍ଦ୍ର ବିଶ୍ୱାଳ ଜୟନ୍ତ ପ୍ରଧାନ, ଡିଲେଶ୍ୱର ସାହୁ ବିରଞ୍ଚି ନାରାଯଣ ସାହୁ, ଯୁଗଳ ସାହୁ ପଶୁରାମ ବିଶ୍ୱାଳ, ମହଗା ସ୍ୱାଇଁ ପ୍ରମୁଖ ଶତାଧିକ କାର୍ୟ୍ୟକର୍ତ୍ତା ସାମିଲ ଥିଲେ ।