(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚନ୍ଦ୍ରୟାନ-୨ ଦ୍ୱାରା ପଠାଯାଇଥିବା ଚନ୍ଦ୍ରପୃଷ୍ଟର ଫଟୋ ସାର୍ବଜନୀନ କରିଛି । ସବୁ ଫଟୋ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରୁ ଉତ୍ତୋଳନ କରାଯାଇଛି । ଏହି ସବୁ ଫଟୋକୁ ଅର୍ବିଟରରେ ଥିବା କ୍ୟାମେରାରେ ଉଠାଯାଇଛି । ଫଟୋକୁ ହାଇ ରିଜୋଲ୍ୟୁସନ କ୍ୟାମେରାରେ ଚନ୍ଦ୍ରପୃଷ୍ଠରୁ ପ୍ରାୟ ୧୦୦ କିମି ଉପରୁ ଉଠାଇଯାଇଛି । ଏସବୁ ବୋଗସଲସ୍କି ଇ କ୍ରେଟର ଅଂଶବିଶେଷ । ସୂଚନା ଯୋଗ୍ୟ, ବିକ୍ରମ ଲ୍ୟାଣ୍ଡରର ହାର୍ଡ ଲ୍ୟାଣ୍ଡିଂ ପାଇଁ ଚନ୍ଦ୍ରାୟନ ୨ ସଫଳ ହୋଇପାରିନାହିଁ । ତେବେ ଯୋଜନା ସମ୍ପୂର୍ଣ୍ଣ ହୋଇନଥିବା ଇସ୍ରୋ ପକ୍ଷରୁ କୁହାଯାଇଥିଲା ।