(ରିପୋଟର୍ସ ଟୁଡେ, ନୂଆଦିଲ୍ଲୀ): ଏଣିକି ଟ୍ରେନରେ ମିଳିବ ଉନ୍ନତମାନର ଖାଦ୍ୟ । ଭାରତରେ ଟ୍ରେନ ଯାତ୍ରୀମାନେ ଭାରତୀୟ ରେଳବାଇ ଭଲ ଖାଦ୍ୟ ଯୋଗାଉ ନଥିବା ଅଭିଯୋଗ କରିଥାନ୍ତି । ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ମଧ୍ୟ ପୁର୍ବରୁ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ତାର କ୍ୟାଟରିଙ୍ଗ ବ୍ୟବସ୍ଥାରେ କେତେକ ପରିବର୍ତ୍ତନ କରିବାକୁ ଯାଉଛି ।
ମାତ୍ର ୫୦ ଟଙ୍କାରେ ଟ୍ରେନ ଯାତ୍ରୀମାନଙ୍କୁ ଉନ୍ନତମାନର ଭୋଜନ ଦେବାକୁ ଯାଉଥିବା ଜଣାପଡିଛି । ରେଳବାଇ ତରଫରୁ ଯାତ୍ରୀଙ୍କ ପାଇଁ ପ୍ରସ୍ତୁତ ଏହି ସ୍ୱତନ୍ତ୍ର ମେନ୍ୟୁରେ ରାଜମା-ଭାତ,ଡାଲି-ଭାତ,୪ଟି ରୁଟି ଏବଂ ତରକାରୀ ସ୍ଥାନ ପାଇବ ବୋଲି ସୁଚନା ମିଳିଛି । ଏହା ସହିତ ନୂତନ କ୍ୟାଟରିଙ୍ଗ ନୀତିରେ ସ୍ଥାନୀୟ ଖାଦ୍ୟକୁ ମଧ୍ୟ ଗୁରୁତ୍ୱ ଦିଆଯିବାର ଯୋଜାନ ରହିଛି । ଆଗାମୀ ଡିସେମ୍ବର ମାସରେ ରେଳବାଇ ତାର ନୂଆ କ୍ୟାଟରିଙ୍ଗ ବ୍ୟବସ୍ଥା ଲାଗୁ କରିବ ।