ଭାରତୀୟ କମ୍ପାନୀ ଉପରେ ହୋଇଚି ଅଭିଯୋଗ । ନିମ୍ନମାନର ଆଖି ଔଷଧ ପ୍ରସ୍ତୁତ କରୁଥିବାର ଅଭିଯୋଗ ହୋଇଛି । ଗୁଜୁରାଟର ଔଷଧ କମ୍ପାନୀ ଉପରେ ଶ୍ରୀଲଙ୍କା ସରକାର ଅଭିଯୋଗ ଆଣିଛନ୍ତି । ସେଠାକାର ସ୍ଥାନୀୟ ସରକାରଙ୍କ ଭାରତ ସରକାରଙ୍କ ପାଖରେ ଅଭିଯୋଗ କରିଛନ୍ତି ଯେ, ଇଣ୍ଡିଆନା ଅପଥୋମ୍ଲିକ୍ସ କମ୍ପାନୀ ପକ୍ଷରୁ ପଠାଯାଉଥିବା ଆଖି ଡ୍ରପ୍ କାରଣରୁ ୩୦ରୁ ଅଧିକ ଜଣଙ୍କ ଆଖିରେ ସଂକ୍ରମଣ ହୋଇଛି । ଇଣ୍ଡିଆନା ଅପଥୋମ୍ଲିକ୍ସ ଉପରେ ଅଭିଯୋଗ ଆସିବା ପରେ ଭାରତର ଶୀର୍ଷ ଫାର୍ମାସ୍ୟୁଟିକାଲ ଏକ୍ସପୋର୍ଟ କାଉନସିଲ କମ୍ପାନୀକୁ ନୋଟିସ ପଠାଇଛି । ଏଥିରେ ୨ ଦିନ ଭିତରେ ଅନ୍ତରୀଣ ଯାଞ୍ଚ ପାଇଁ କମ୍ପାନୀ ପାଖରୁ ସ୍ପଷ୍ଟୀକରଣ ମଗାଯାଇଛି ।