ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ଦେବାଶିଷ ସାମନ୍ତରାୟ

ଭାରତୀୟ ଜନତା ପାର୍ଟି (ବିଜେପି)ରେ ମଙ୍ଗଳବାର ଯୋଗ ଦେଇଛନ୍ତି ଦେବାଶିଷ ସାମନ୍ତରାୟ । ଦିଲ୍ଲୀ ମୁଖ୍ୟାଳୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଗତକାଲି ବିଜେଡି ଛାଡ଼ିଥିଲେ ଦେବାଶିଷ ସାମନ୍ତରାୟ । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଏନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ । ସେ ନିଜର ଇସ୍ତଫାପତ୍ରରେ ଦର୍ଶାଇଛନ୍ତି ଯେ ଦଳ ପାଇଁ ନିଜକୁ ଉତ୍ସର୍ଗ କରିଛି । ଦଳରେ ମୋତେ ଯଥେଷ୍ଟ ସମ୍ମାନ ଓ ଗୁରୁତ୍ୱ ମିଳୁନଥିଲା ଏବଂ ମୋର ସେବାକୁ ଦଳ ଆଉ ଦରକାର କରୁନାହିଁ । ଦେବାଶିଷ ସାମିଲ ବେଳେ ଦଳର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂହ, ଓଡ଼ିଶା ବିଜେପି ପ୍ରଭାରୀ ବିଜୟ ସିଂହ ତୋମର ଉପସ୍ଥିତ ଥିଲେ ।

Odisha: Debashish Samantaray Joins BJP Day After Quitting BJD, Hails PM  Modi's Vision | OdishaBytes

ଏହି ଅବସରରେ ଦେବାଶିଷ ସାମନ୍ତରାୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶ ଓ ନେତୃତ୍ବରେ ପ୍ରେରିତ ହୋଇ ମୁଁ ବିଜେପିରେ ଯୋଗ ଦେଲି । ପ୍ରଧାନମନ୍ତ୍ରୀଙ୍କ ‘ଓଡ଼ିଶା ବିକାଶ’ କାର୍ଯ୍ୟକ୍ରମରେ ମୁଁ ସାମିଲ ହେବି । ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବି , କାରଣ ସେ ମୋତେ ବିଜେପିରେ ସାମିଲ କରିଛନ୍ତି । ଆଗକୁ ଓଡ଼ିଶାରେ ମୁଁ ଅନେକ କାମ କରିବି ।

Former BJD Rajya Sabha MP Debashish Samantaray joins BJP