(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ଇସଲାମିକ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ଶ୍ରୀଲଙ୍କାରେ ଆତଙ୍କ ଖେଳାଇବା ପରେ ଏବେ ତାର ନଜର ଭାରତ ଓ ବାଂଗଲାଦେଶ ଉପରେ । ନିକଟ ଭବିଷ୍ୟତରେ ଭାରତ ଓ ବାଂଗଲାଦେଶରେ ଆକ୍ରମଣ କରିବା ପାଇଁ ଷଡଯନ୍ତ୍ର କରୁଛି ବୋଲି ଗୋଇନ୍ଦା ସଂସ୍ଥା ସୂଚନା ପାଇଛଇ। ଅବୁ ମହମ୍ମଦ ଅଲ ବଙ୍ଗାଲୀକୁ ଏହି ଦାୟିତ୍ୱ ଦିଆଯାଇଛି । ଆଇଏସଆଇଏସ ଏନେଇ ବଙ୍ଗଳା, ହିନ୍ଦୀ ଏବଂ ଇଂରାଜୀରେ ପୋଷ୍ଟର ଜାରି କରିଛି ।
ପୋଷ୍ଟରରେ ଉଲ୍ଲେଖ ରହିଛି, ଭାରତ ଏବଂ ବାଂଗଲାଦେଶରେ ଆମର କାର୍ୟ୍ୟକଳାପ ଚୁପ ହୋଇନାହିଁ। ଯେଉଁମାନେ ଏପରି ଭାବୁଛନ୍ତି ସେମାନେ ଭୁଲ ଭାବୁଛନ୍ତି । ପ୍ରତିଶୋଧର ଶୋଷ କେବେ କମିବ ନାହିଁ । ଏହି ପୋଷ୍ଟରକୁ ଢାକା ସିନେମା ହଲ ପାଖରେ ହୋଇଥିବା ବିସ୍ଫୋରଣ ପରେ ଜାରି କରାଯାଇଛି । ଏହାକୁ ନେଇ ୨ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି ।
ଆଇଏସଆଇଏସ ଗତକାଲି ନିଜର ମୁଖପାତ୍ର ଅମାକରେ ଏକ ବୟାନ ଜାରି କରିଥିଲା । ଢାକା ଆକ୍ରମଣରେ ବାଗଦାଦୀର ଭାଷଣ ସହ ଏହାର ବଂଗାଳୀ ଅନୁବାଦ କରାଯାଇଥିଲା । ଭାରତୀୟ ଗୁଇନ୍ଦା ବିଭାଗ ଏସବୁ ଉପରେ କଡା ନଜର ରଖିଛି ।