ଡିସେମ୍ବର ୮ ରେ ଭାରତ ବନ୍ଦ ଡାକରା ; କଂଗ୍ରେସର ସମର୍ଥନ

ନୂଆଦିଲ୍ଲୀ/ ଭୁବନେଶ୍ୱର– ସାରା ଦେଶରେ କୁହୁଳିବାରେ ଲାଗିଛି ଚାଷୀ ଅସନ୍ତୋଷ । ଆସନ୍ତା ଡିସେମ୍ବର ୮ ତାରିଖରେ ଭାରତ ବନ୍ଦ ଡାକରା ଦେଲେ କୃଷକ ସଂଗଠନ । ଏହି ଚାଷୀ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭିଡିଓ ଜାରି କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ , ଚାଷୀଙ୍କ ବନ୍ଦ ଡାକରାକୁ କଂଗ୍ରେସ ପୂରାପୂରି ସମର୍ଥନ ଦେଉଛି । କେବଳ ସେତିକି ନୁହେଁ ବରଂ ଚାଷୀ ଦେଇଥିବା ଭାରତ ବନ୍ଦ ଡାକରାକୁ ଓଡିଶାବାସୀ ପୂରାପୂରୀ ସମର୍ଥନ ଲାଗି ଆହ୍ୱାନ ମଧ୍ୟ କରିଛନ୍ତି । ନୂଆ କୃଷି ଆଇନ ବଦଳରେ ଅଟଳ ରହିଛନ୍ତି ଚାଷୀ । ଗୋଟିଏ ପଟେ ସରକାରଙ୍କ ସହ ଆଲୋଚନା ଚାଲିଛି ଅନ୍ୟପଟେ ଚାଷୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଆଜି କେନ୍ଦ୍ର ସରକାରଙ୍କ ସହ କୃଷକ ନେତାଙ୍କର ପଂଚମ ବୈଠକ ବସିବ । ୧୦ ଦିନ ହେଲ।ଣି ରାଜଧାନୀ ଦିଲ୍ଲୀ ସୀମାରେ ଚାଷୀମାନେ ଏକାଠି ହେ।ଇଛନ୍ତି । ତେବେ ଏହା ପୂର୍ବରୁ ସରକାରଙ୍କ ସହ ଚାଷୀମାନଙ୍କର ବହୁବାର ଆଲେ।ଚନା ହେ।ଇଛି । କିନ୍ତୁ କୌଣସି ଫଳପ୍ରଦ ହେ।ଇନାହିଁ । ଚାଷୀମାନେ ସିଧାସଳଖ କହିଛନ୍ତି ଯେ, ବାରମ୍ବାର ଦାବୀ ପରେ ସେମାନଙ୍କ କଥା ସରକାର କର୍ଣ୍ଣପାତ କରିନାହାନ୍ତି । ତେଣୁ ସେମାନେ ନିଜ ଦାବୀ ପୂରଣ କରିବାକୁ ଏପରି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ।

 Edit by sanju