ନୂଆଦିଲ୍ଳୀ: ଦୈନିକ ଭାସ୍କରର ବିଭିନ୍ନ ଅଫିସ୍ରେ ଗୁରୁବାର ଆୟକର ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। କରୋନାରେ ଦ୍ବିତୀୟ ଲହର ସମୟରେ ଅଗ୍ରଣୀ କରୋନା ଯୋଦ୍ଧାର ପରିଚୟ ହାସଲ କରିଥିବା ଏହି ସଂସ୍ଥା ଉପରେ ଚଢ଼ାଉ ଏବେ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଦୈନିକ ଭାସ୍କରର ଦେଶରେ ବିଭିନ୍ନ ଶାଖା ରହିଥିବା ବେଳେ ଆୟକର କର୍ମଚାରୀମାନେ ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ ଏବଂ ମହାରାଷ୍ଟ୍ରର କାର୍ଯ୍ୟାଳୟରେ ଚଢ଼ାଉ କରିଥିବା ସୂଚନା ରହିଛି। ଟିକସ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ଦୈନିକ ଭାସ୍କରର ବିଭିନ୍ନ ଅଫିସ୍ରେ ପଶି ଚଢ଼ାଉ କରିଥିବା ଜାଣିବାକୁ ମିଳିଛି।