ILS ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର; ଆଉ ନାହାନ୍ତି ILS ବୈଜ୍ଞାନିକ ସନ୍ଦୀପ ମିଶ୍ର । ଭୁବନେଶ୍ୱର ଘରୁ ସନ୍ଦୀପଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ସେ ଥିଲେ ଜଣେ ବିଜ୍ଞ ପୁରୁଷ । ଯିଏ ଲୋକଙ୍କୁ ସେବାରେ ସମର୍ପିତ ଥିଲେ ସେ ଆଜି ଏତେ ବଡ ନିଷ୍ପତ୍ତି ନେଲେ କାହିଁକି । ତାହା ସମସ୍ତଙ୍କ ମନରେ ପ୍ରଶ୍ନ । ସ୍ତନ କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ । ସୂଚନା ମୁତାବକ, ଆଜି ତାଙ୍କ ନିଜ ଘରୁ ତାଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା ।କିନ୍ତୁ ସେଟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏବେ ସନ୍ଦୀପଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ । ଏହି ଘଟଣା ପୋଲିସ ଆରମ୍ଭ କରିଛି ତଦନ୍ତ ।