ପ୍ରେମ ଦିବସ ଉପଲକ୍ଷେ ବରଫରେ ନିର୍ମିତ ହୋଇଛି ତାଜମହଲ
ଜାମ୍ମୁ-କାଶ୍ମୀରର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଗୁଲମର୍ଗରେ ଏବେ ବରଫର ଖୁବ ମଜା ଉଠାଉଛନ୍ତି ପର୍ଯ୍ୟଟକ ।
(ଜମ୍ମୁକାଶ୍ମୀର) : ଜାମ୍ମୁ-କାଶ୍ମୀରର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଗୁଲମର୍ଗରେ ଏବେ ବରଫର ଖୁବ ମଜା ଉଠାଉଛନ୍ତି ପର୍ଯ୍ୟଟକ । ଏବେ ପର୍ଯ୍ୟଟକମାନେ ସେଠାକାର ତାଜମହଲକୁ ଦେଖିବାକୁ ଆସୁଛନ୍ତି । ଖାସ୍ କଥା ହେଲା ଏହି ତାଜମହଲ ଆଗ୍ରାର ତାଜମହଲଠାରୁ ସମ୍ପୂର୍ଣ୍ଣ ଅଲଗା । ଏହାକୁ ଶଙ୍ଖମର୍ମର ପଥର ନୁହେଁ, ବରଂ ବରଫରେ ନିର୍ମାଣ କରାଯାଇଛି ।
ସୂଚନାନୁଯାୟୀ , ବରଫରୁ ତିଆରି ଏହି ତାଜମହଲ ୨୪ ଫୁଟ ଚଉଡ଼ା ଓ ୧୬ ଫୁଟ ଉଚ୍ଚ । ଏହାକୁ ବନାଇବା ଲାଗି କିଛି ଟଙ୍କା ଖର୍ଚ୍ଚ ହୋଇନାହିଁ । ଲୋକମାନେ ଯେପରି ଏହି ସୁନ୍ଦର ସ୍ଥାନକୁ ସବୁବେଳେ ମନେରଖିବେ ସେହି ଉଦ୍ଦେଶ୍ୟରେ ଏହା ପ୍ରସ୍ତୁତ ହୋଇଛି । ପର୍ଯ୍ୟଟକମାନେ ଏହାକୁ ପସନ୍ଦ କରିଥିବାରୁ ଆମକୁ ଖୁବ୍ ଖୁସି ଲାଗୁଛି ।