କଟକ ସାମାଜିକ ସଂଘ ତରଫରୁ ଆରମ୍ଭ ହେଲା ଅନଶନ
(ଜଗନ୍ନାଥ ମହାନ୍ତି / କଟକ): ଆରମ୍ଭ ହେଲା କଟକ ସାମାଜିକ ସଂଘ ଅମରଣ ଅନଶନ । ଆଜି କଟକ ଏଲ ଆଇ ସି ପାର୍କିଂଠାରେ କଟକ ସାମାଜିକ ସଂଘର କର୍ମୀମାନେ ଅନଶନରେ ବସିଛନ୍ତି । ପୂର୍ବରୁ ଏସ ଆର ସି ପାର୍ବଣ କଟକଣାକୁ ନବଦଳାଇବା ପାଇଁ କହିଦେବାପରେ ଆଜିଠାରୁ କଟକ ସାମାଜିକ ସଙ୍ଘର କର୍ମକର୍ତ୍ତାମାନେ ଶାନ୍ତିପୂର୍ଣ୍ଣଭାବେ ଅନଶନରେ ବସିଛନ୍ତି। ସମସ୍ତେ ଅନୁରୋଧ କରିଛନ୍ତି କି କଟକ ସହରର ୫୦୦ ବର୍ଷର ପରମ୍ପରାକୁ ସରକାର ଆଖିରେ ରଖି ପୁନଃବିଚାର କରି ମା’ଙ୍କ ଉଚ୍ଚତା ବୃଦ୍ଧି କରିବା ସହ ବିନା ପରଦାରେ ଦର୍ଶନ କରିବା ପାଇଁ ଅନୁମତି ପ୍ରଦାନ କରନ୍ତୁ।