ରାଇରଙ୍ଗପୁର ବିଜେପି କାର୍ଯ୍ୟାଳୟ ଠାରେ ଶତାଧିକ ବିଜେଡି କର୍ମୀ ବିଜେପି ରେ ମିଶିଲେ।

ରାଇରଙ୍ଗପୁର /ସତ୍ୟାନାରୟଣ ପାଲ:  ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ବିଜେପି ତାର ଶକ୍ତି ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ୧ତାରିଖ ଭୋଟ ହେବାକୁ ଥିବା ବେଳେ ଦଳ ଡିଆଁ ମଧ୍ୟ ଦେଖିବାକୁ ମିଳୁଛି। ଗତ କାଲି ସନ୍ଧ୍ୟା ରେ ଶତାଧିକ ବିଜେଡି କର୍ମୀ ବିଜେପି ରେ ମିଶିଲେ। ଶଙ୍ଖ ଛାଡି ପଦ୍ମ ଧରିଛନ୍ତି। ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଇରଙ୍ଗପୁର ଟାଉନ ୱାର୍ଡ ନମ୍ବର ୧୫ ର ବିଜେଡି ର କର୍ମୀମାନଙ୍କୁ ରାଇରଙ୍ଗପୁର ବିଜେପି କାର୍ଯ୍ୟାଳୟ ଠାରେ ତାଙ୍କୁ ଉତରାଖଣ୍ଡ ର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେଦ୍ର ସିଂହ ରାବତ ଏବଂ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଧାନ ସଭା ପ୍ରାର୍ଥୀ ଜଲେନ ବାରଦା ସମସ୍ତଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ। ସେମାନେ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ କହିଛନ୍ତି ଯେ ସେମାନେ ଦୀର୍ଘ ୨୫ବର୍ଷ ଶାସନ ରେ ଅତିଷ୍ଠ ହୋଇ ଆଜି ସେମାନେ ବିଜେଡି ଛାଡି ବିଜେପି ରେ ଯଗ ଦେଇଛନ୍ତି  ଏବଂ ସେମାନେ ଆହୁରି କହିଛନ୍ତି ଯେ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ଆମେ ବିଜେଡି ଛାଡି ବିଜେପି ରେ ରେ ମିଶିଲୁ। ଏଥିରୁ ଜଣାପଡୁଛି ଯେ ରାଇରଙ୍ଗପୁର ଟାଉନ ରେ ପୁଣି ଥରେ ବିଜେପି ଧୀରେ ଧୀରେ ସକ୍ରିୟ ହେବାରେ ଲାଗିଛି। ଏହି ୱାର୍ଡ ନମ୍ବର ୧୫ର ବିଜେଡି ଛାଡି ବିଜେପି ରେ ମିଶିଥିବା କର୍ମୀ ମାନେ ହେଲେ ସତ୍ୟନାରାୟଣ ମହାପାତ୍ର, ନୀଳାମ୍ବର ନନ୍ଦ, ରାମ ପରବେଶ ଶାହ, ମଧୁସୁଧନ ମହାନ୍ତ, ସୌମ୍ୟରଞ୍ଜନ, ବିଚିତ୍ର ନନ୍ଦ ଗିରି, ବ୍ରଜ ଗୋପାଲ ମହାନ୍ତ, ତୁଷାର କାନ୍ତ ମହାନ୍ତ, ଅକ୍ଷୟ ବାରିକ, ସୁଧୀର ପ୍ରଧାନ, ବିରେଶ କବି, ବିକାଶ ସାହୁ, ଶିବ ଶଙ୍କର ସାହୁ, ସମାଇ ମାଝୀ, ସୁପେନ୍ଦ୍ର ନାଥ ମୁର୍ମୁ, କିଷ୍ଣ ଶର୍ମା । ଏମାନେ ସମସ୍ତେ ବିଜେପି ରେ ମିଶିବା ଫଳରେ ବିଜେପି ର ଶକ୍ତି ଦିଗୁଣିତ ହୋଇଥିବା କହିଛନ୍ତି ରାଇରଙ୍ଗପୁର ବିଜେପି ର ନଗର ସଭାପତି ସୁରଥ କୁମାର ପଟ୍ଟନାୟକ। ।