କେମିକାଲ ଫ୍ୟାକ୍ଟ୍ରୀରେ ଭୟଙ୍କର ବିସ୍ଫୋରଣ

କେମିକାଲ ଫ୍ୟାକ୍ଟ୍ରୀରେ ଭୟଙ୍କର ବିସ୍ଫୋରଣ ।

(ଗୁଜୁରାଟ) : କେମିକାଲ ଫ୍ୟାକ୍ଟ୍ରୀରେ ଭୟଙ୍କର ବିସ୍ଫୋରଣ । ଗୁଜରାଟରେ ଥିବା ଗୋଟିଏ କେମିକାଲ ଫ୍ୟାକ୍ଟ୍ରୀରେ ହଠାତ୍‌ ଭୟଙ୍କର ବିସ୍ଫୋରଣ ହୋଇଛି। ବିସ୍ଫୋରଣ ପରେ କାରଖାନାରେ ନିଆଁ ଲାଗି ଯାଇଛି। ଭଦୋଦରାରେ ଥିବା ଦୀପକ ନାଇଟ୍ରେଟ ଫ୍ୟାକ୍ଟ୍ରୀରେ କାମ ଚାଲିଥିବା ବେଳେ ଏପରି ଘଟଣା ଘଟିଛି।

ଘଟଣା ସମ୍ପର୍କରେ ଖବର ପାଇ ଏକାଧିକ ଅଗ୍ନିଶମ ଗାଡ଼ି ଓ ପୁଲିସ୍‌ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେମାନେ ନିଆଁକୁ ଆୟତ୍ତ କରିବା ସହ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବାର ଆଶଙ୍କା ଥିବାରୁ ପୂରା ଅଞ୍ଚଳକୁ କର୍ଡନ କରିଛନ୍ତି ।

 ଫ୍ୟାକ୍ଟ୍ରୀରେ ନିଆଁ ଲାଗିଥିବାରୁ ପୂରା ଅଞ୍ଚଳ ଧୂଆଁମୟ ହୋଇ ଯାଇଛି। ସେହିପରି ନିଆଁ ହୁତୁହୁତୁ ହୋଇ ଜଳୁଥିବାର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଉକ୍ତ ଘଟଣାରେ ୧୦ ଜଣ ଆହତ ହୋଇଥିବା ବେଳେ ଅନେକ ଲୋକ ଫ୍ୟାକ୍ଟ୍ରୀରେ ଫସି ରହିଥିବା ଆଶଙ୍କା କରାଯାଉଛି।