ମହାପ୍ରଭୁ ଦର୍ଶନ ପାଇଁ ଲାଗିଛି ହଜାର ହଜାର ଭକ୍ତଙ୍କ ଗହଳି

ପୁରୀ : ବଡଦିନରେ ବଡଦାଣ୍ଡରେ ବଡ ଗହଳି  । ମହାପ୍ରଭୁଙ୍କ ଦର୍ଶନ ଲାଗି ସକାଳୁ ସକାଳୁ  ବଡଦାଣ୍ଡରେ ଭକ୍ତଙ୍କ ସମାଗମ ହୋଇଛି । ହଜାର ହଜାର ସଂଖ୍ୟରେ ଭକ୍ତ ବଡଦାଣ୍ଡରେ ଏକାଠି ହୋଇଛନ୍ତି । ଦିନ ବଢିବା ସହ ଭକ୍ତଙ୍କ ଗହଳି ବଢୁଛି । ଲମ୍ବା ଲାଇନରେ ଯାଇ ଭକ୍ତମାନେ ଶ୍ରୀମନ୍ଦିରକୁ ଯାଉଛନ୍ତି । ଏହା ସହ ଆଗକୁ ନୂଆ ବର୍ଷ ଆସୁଛି । ନୂଆବର୍ଷ ଯେତିକି ପାଖଉଛି, ପର୍ଯ୍ୟଟକଙ୍କ ଭିଡ଼ ସେତିକି ବଢିଚାଲିଛି । ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।