ଦଳିୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ଗୃହମନ୍ତ୍ରୀ ଅମିତ ଶାହ

କୋରେଇ / ସୁନୀଲ ଓଝା: ଯାଜପୁର ଜିଲ୍ଲା କୋରେଇ ବ୍ଲକ ପାଣିକୋଇଲି ସ୍ଥିତ କଲେଜ ପଡିଆରେ ଆୟୋଜିତ ବିଜେପିର ନିର୍ବାଚନୀ ସଭାରେ ଯୋଗଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା l ଯାଜପୁର ଜିଲ୍ଲାରେ ଆସନ୍ତା ଜୁନ ମାସ 1 ତାରିଖ ଦିନ ଶେଷ ପର୍ଯାୟ ପାଇଁ ଭୋଟଗହଣ l ତେବେ ଏହି ନିର୍ବାଚନରେ ଯାଜପୁର ଜିଲ୍ଲାର 7 ଟି ନିର୍ବାଚନ ମଣ୍ଡଳୀରେ ସମସ୍ତ ବିଧାୟକ ପାର୍ଥୀ ଓ ଲୋକସଭା ପାର୍ଥୀ କିଭଳି ଜିତିବେ ବିଜେପି ଜୋରଦାର ଆରମ୍ଭ କରିଛି ପଚାର l ଆଜି ଏହି ପରିପକ୍ଷରେ କୋରେଇ ବ୍ଲକ ପାଣିକୋଇଲି ସ୍ଥିତ କଲେଜ ପଡିଆରେ ବିଜେପି ପକ୍ଷରୁ ଆୟୋଜିତ ନିର୍ବାଚନୀ ସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଯୋଗଦେଇ ନିଜର ଦଳୀୟ ବିଧାନସଭା କୋରେଇ ନିର୍ବାଚନ ମଣ୍ଡଳୀର ପାର୍ଥୀ ଆକାଶ ଦାସନାୟକ, ଯାଜପୁର ନିର୍ବାଚନ ମଣ୍ଡଳୀର ଗୌତମ ରାୟ,ବରୀ ନିର୍ବାଚନ ମଣ୍ଡଳୀର ଉମେଶ ଜେନା, ବଡ଼ଚଣା ନିର୍ବାଚନ ମଣ୍ଡଳୀର ଅମର ନାୟକ, ଧର୍ମଶାଳା ନିର୍ବାଚନ ମଣ୍ଡଳୀର ସ୍ମୃତିରେଖା ପହି ଓ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ପାର୍ଥୀ ପ୍ରଦୀପ ବଳସାମନ୍ତ ଓ ଲୋକସଭା ପାର୍ଥୀ ରବି ନାରାୟଣ ବେହେରାଙ୍କୁ ଭୋଟ ଦେବା ନିବେଦନ ନିବେଦନ କରିଥିଲେ l ଏହି ସଭାରେ ହଜାର ହଜାର ମହିଳା ଓ ପୁରୁଷ ଉପସ୍ଥିତ ଥିଲେ l ପ୍ରକାଶ ଯୋଗ୍ୟ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପାଣିକୋଇଲି କଲେଜ ପଡିଆରେ ପହଂଚି ଥିଲେ l ସେଠାରେ ଦଳୀୟ କର୍ମୀ ମାନେ ଫୁଲ ତୋଡା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ l ତେବେ ଓଡିଶାରେ ଯଦି ବିଜେପି ସରକାର ଆସେ ତେବେ 18 ମାସ ଭିତରେ ଚିଟଫଣ୍ଡ ଟଙ୍କା ସାଧାରଣ ଲୋକେ ଫେରସ୍ତ ପାଇବା ଏହି ନିର୍ବାଚନୀ ସଭାରେ ଗ୍ୟାରେଣ୍ଟି ଦେଇଥିଲେ l ଏଥିସହିତ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହିତ ଯଦି ବିଜେପି ସରକାର ରାଜ୍ୟରେ ଆସେ ଖୁବଶୀଘ୍ର ଖୋଲାଯିବ ବୋଲି କହିଛନ୍ତି l ଏଥିସହିତ ଚଳିତ ନିର୍ବାଚନରେ ରାଜ୍ୟ 75ଟି ବିଧାନସଭା ସିଟ ଆଣି ନିଶ୍ଚିତ ବିଜେପି ସରକାର କରିବ ବୋଲି ଦୃଢ଼କ୍ତି ପ୍ରକାଶ କରିଥିଲେ ଶ୍ରୀ ଶାହା l ବିଶେଷ ଭାବରେ ଯାଜପୁର ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ହେଇଥିବାରୁ ବିଜେପି ସରକାର ଆସିଲେ କୃଷକ ମାନଙ୍କ ପାଇଁ ଜଳସେଚନ, ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନାରେ ପ୍ରକେକ ମହିଳାଙ୍କୁ 50 ହଜାର ଟଙ୍କାର ଭାଉଚର, ଯୁବକ ମାନଙ୍କ ପାଇଁ ନିଯୁକ୍ତି କ୍ଷେତ୍ରରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ଗ୍ୟାରେଣ୍ଟି ଦେଇଛନ୍ତି l