ଭୁବନେଶ୍ୱର : ଆଜିଠୁ ହକି ବିଶ୍ୱକପ ପାଇଁ ଅଫଲାଇନ ଟିକଟ ବିକ୍ରି ଆରମ୍ଭ ହୋଇଯାଇଛି । ଜାନୁଆରୀ ୧୩ରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ହେବ ହକି ବିଶ୍ୱକପ । କଳିଙ୍ଗ ଷ୍ଟାଡିୟମ ଗେଟ୍ -୮ରେ ଥିବା ବକସ ଅଫିସରେ ଅଫ ଲାଇନ୍ ଟିକଟ ବିକ୍ରି କରାଯିବ । ବିର୍ସାମୁଣ୍ଡା ଷ୍ଟାଡିୟମର ୨ ଓ ୬ ନମ୍ବର ଗେଟରେ ଟିକଟ ବିକ୍ରି ହେବ । ସକାଳ ୧୧ଟାରୁ ୭ଟା ପର୍ଯ୍ୟନ୍ତ ଟିକଟ ବିକ୍ରିଚାଲିବ । ୧୦୦ ଟଙ୍କାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଟିକଟ ମୂଲ୍ୟ ରହିଛି ।