ଭୁବନେଶ୍ୱର:ବହୁ ଚର୍ଚ୍ଚିତ ଲୁମେକ୍ସ ଠକେଇ ମାମଲା। ମୁଖ୍ୟ ଅଭିଯୁକ୍ତ ରାଜୀବ ଲୋଚନ ଦାସଙ୍କୁ ଗିରଫ କଲା EOW । କ୍ରୋମ ଏକ୍ସପୋର୍ଟ ନାରେ ବଡ ବଡ କମ୍ପାନୀ ସହ ଏଗ୍ରୀମେଣ୍ଟ କରିଥିଲେ। ବିଭିନ୍ନ ନିବେଶ କାରି ବିଭିନ୍ନ କଂପାନୀ ର ଫେକ୍ କାଗଜ ପତ୍ର ଦେଖାଇ ୫.୫କୋଟି ଟଙ୍କା ହାତେଇ ଥିଲେ। କାଗଜ ପତ୍ର ଫେକ ଜଣା ପଡ଼ିବାରୁ ୨୦୨୧ନଭେମ୍ବର ରେ ଜମାକାରୀ ଇନଫୋସିଟି ଥାନାରେ ଏତଲା ଏତଲା ଦେଇଥିଲେ। ଏତଲା ପୋଲିସ ରଖି ନଥିଲେ। ଜଣେ ଆଇପିଏସ ଙ୍କ ବନ୍ଧୁ ହୋଇଥିବାରୁ ପୋଲିସ ମାମଲା ରଖି ନଥିବା ଚର୍ଚ୍ଚା ହୋଇଥିଲା। ଆବେଦନକାରୀ କୋର୍ଟ ଙ୍କ ଦ୍ବାରସ୍ଥ ହେବା ପରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଥାନା ରେ ମାମଲା ରୁଜୁ ହୋଇଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଅଭିଯୋଗ ପରେEOW।ତଦନ୍ତ କରିଥିଲା। ଆଜି ରାଜୀବ କୁ ଗିରଫ କରି କୋର୍ଟ ଚାଲାଣ କରିଛି EOW।
।