ଭୁବନେଶ୍ୱର: ପ୍ରଚଣ୍ଡ ତାତିରେ ଛଟପଟ ଓଡିଶା । ଉପକୂଳରୁ ଉପାନ୍ତ ସବୁଆଡେ ନିଆଁ ବର୍ଷା । ସକାଳ ୮ଟା ହେବା ମାତ୍ରେ ବାହାରକୁ ବାହାରିବା ଅସମ୍ଭ ହୋଇପଡୁଛି । ଆଜି ମଧ୍ୟ ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାକୁ ଆଖିରେ ରଖି ରାଜ୍ୟର ୬ଟି ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ସୋନପୁର ଓ ବୌଦ୍ଧ କୁ ହିଟୱେଭ ଆଲର୍ଟ ଜାରି କରାଯାଇଛି । ଏହାରି ଭିତରେ ଆସନ୍ତା ଶୁକ୍ରବାରଠାରୁ ପାଗରେ ସାମନ୍ୟ ପରିପର୍ତ୍ତନ ହୋଇପାରେ । କାଳବୈଶାଖୀ ପ୍ରଭାବରେ ୨୧ରୁ ୨୩ ତାରିଖ ମଧ୍ୟରେ ଓଡିଶାର ଅଧିକାଂଶ ସହରର ତାପମାତ୍ରା ୨ରୁ ୪ ଡିଗ୍ରୀ କମିପାରେ । ୨୧ ତାରିଖରେ ରାଜ୍ୟର ୮ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । କୋରାପୁଟ, ମାଲକାନଗିରି, ଗଜପତି, ଗଂଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ରାୟଗଡା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ । ସେହିପରି ୨୨ ଓ ୨୩ ତାରିଖରେ ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।