IAS ଚାକିରି ଛାଡ଼ିଥିଲେ, ଏବେ ରାଜନୀତିରେ ପ୍ରବେଶ କଲେ । ଦୀର୍ଘ ୧୩ ବର୍ଷ ଧରି ଆଇଏଏସ୍ ଚାକିରି କରିଥିବା ଦିବ୍ୟା ମିତ୍ତଲ କିଛି ଦିନ ତଳେ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ଏବେ ଉତ୍ତର ପ୍ରଦେଶ କ୍ୟାଡରର ପୂର୍ବତନ ଆଇଏଏସ୍ ଜଣଙ୍କ ନିଜ ରାଜନୀତିକ କ୍ୟାରିୟର ଆରମ୍ଭ କରିବା ନେଇ ଘୋଷଣା କରିଛନ୍ତି। ସେ ଉତ୍ତର ପ୍ରଦେଶରୁ ନିଜ ରାଜନୀତିକ ଅଭିଯାନ ଆରମ୍ଭ କରିବେ। ହେଲେ ବର୍ତ୍ତମାନ ସ୍ଥିତିରେ ସେ ରାଜ୍ୟରେ ସକ୍ରିୟ ଥିବା କୌଣସି ରାଜନୀତିକ ଦଳରେ ଯୋଗଦେବେ ନାହିଁ ବୋଲି ମଧ୍ୟ କହିଛନ୍ତି।

ଆଇଏଏସ ଚାକିରିରୁ ଅବସର ନେବା ଦିନ ଠାରୁ ହିଁ ଦିବ୍ୟା ରାଜନୀତିରେ ପ୍ରବେଶ କରିବେ ବୋଲି ଚର୍ଚ୍ଚା ହେଉଥିଲା। ଆଗକୁ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଥିବା ବେଳେ ଦିବ୍ୟାଙ୍କ ଘୋଷଣା ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଦିବ୍ୟା ସ୍ପଷ୍ଟ କରିଛନ୍ତି ଯେ ଉତ୍ତର ପ୍ରଦେଶ ତାଙ୍କର କର୍ମଭୂମି ଥିଲା। ତେଣୁ ଏହି ରାଜ୍ୟରୁ ହିଁ ତାଙ୍କ ରାଜନୀତିକ କ୍ୟାରିୟର ମୂଳଦୁଆ ପଡ଼ିବ।୨୦୨୩ ବ୍ୟାଚ୍ର ଆଇଏଏସ୍ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଧରି ସେବାରେ ରହିବା ପରେ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫାକୁ ସେପ୍ଟେମ୍ବର ମାସରେ ସରକାର ଗ୍ରହଣ କରିଥିଲେ।
