ଗଜପତି ଜିଲ୍ଲା ଆର୍.ଉଦୟଗିରି ପୋଲିସକୁ ବଡ଼ ସଫଳତା ମିଳିଛି। ଗୁପ୍ତ ସୂଚନା ଆଧାରରେ ଟାବରସାହି ଗ୍ରାମ ନିକଟ ଜଙ୍ଗଲରେ ଚଢ଼ାଉ କରି ପୋଲିସ ୨୫୧ କିଲୋଗ୍ରାମ ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ପୋଲିସ ସୂଚନା ଅନୁଯାୟୀ, ପାଟ୍ରୋଲିଂ ସମୟରେ ଟାବରସାହି ଜଙ୍ଗଲରେ ଗଞ୍ଜେଇ ମହଜୁଦ ଥିବା ସମ୍ପର୍କରେ ଖବର ମିଳିବା ପରେ ଚଢ଼ାଉ କରାଯାଇଥିଲା। ସେଠାରେ ଦୁଇ ଜଣ ବ୍ୟକ୍ତି ଜେରି ବ୍ୟାଗରେ ଗଞ୍ଜେଇ ପ୍ୟାକିଂ କରୁଥିବା ବେଳେ ପୋଲିସକୁ ଦେଖି ପଳାଇବାକୁ ଉଦ୍ୟମ କରିଥିଲେ। ହେଲେ ପୋଲିସ ସେମାନଙ୍କୁ କାବୁ କରି ଗିରଫ କରିଥିଲା।

ଗିରଫ ଅଭିଯୁକ୍ତମାନେ ହେଲେ ଅବିନତ ରାଇକା ଓ ଯକ୍ଷ୍ୟ ଗମାଙ୍ଗ। ସେମାନଙ୍କ ନିକଟରୁ ୮ଟି ଜେରି ବ୍ୟାଗରେ ପ୍ୟାକ୍ ହୋଇଥିବା ୨୫୧.୨ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ଏନ୍ଡିପିଏସ୍ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଥିବା ବେଳେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ଅଦାଲତରେ ହାଜର କରାଯିବ ବୋଲି ପୋଲିସ ସୂଚନା ଦେଇଛି।