(ପ୍ରିୟଦର୍ଶନୀ ସ୍ୱାଇଁ /ରିପୋଟରର୍ସଟୁଡ଼େ )ଭୁବନେଶ୍ୱର : ବର୍ତ୍ତମାନ ସମସ୍ତେ କେଶ ଝଡିବା ସମସ୍ୟାକୁ ନେଇ ଚିନ୍ତିତ ରହିଥିବା ଦେଖିବାକୁ ମିଳୁଛି । କେଶକୁ ସୁଦୃଢ ଏବଂ ସୁନ୍ଦର ରଖିବା ପାଇଁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ କରିବା ସହିତ ପାର୍ଲର ଦୌଡ଼ି ଥାନ୍ତି । କିନ୍ତୁ ଆଜି ଆମେ କେଶ ସମ୍ବନ୍ଧୀୟ କିଛି ଏପରି କଥା ଜଣାଇବାକୁ ଯାଉଛି ଯାହା କେଶ ଝଙ୍ଗିବାର ଏକ ମୁଖ୍ୟ କାରଣ ।
୧. ମହିଳାମାନେ ଓଦା କେଶକୁ କପଡା କିମ୍ବା ଟାୱେଲ୍ ରେ ଜୋରରେ ଘଷି ଘଷି ପୋଛିଥାନ୍ତି । ଯଦି ଆପଣ ମଧ୍ୟ ଏପରି କରୁଛନ୍ତି ତେବେ ଏପରି କରନ୍ତୁ ନାହିଁ । ଆପଣ କେଶକୁ ଆସ୍ତେ ଆସ୍ତେ କରି ପୋଛିପାରିବେ। ଏପରି କରିବା ଦ୍ବାରା କେଶରୁ ସବୁ ପାଣି ବାହାରିଯାଇଥାଏ ଏବଂ କେଶ ଝଡିନଥାଏ ।
୨.ଓଦା କେଶରେ ସଙ୍ଗେ ସଙ୍ଗେ ପାନିଆ ବ୍ୟବହାର କରୁଛନ୍ତି କି? ଯଦି କରୁଛନ୍ତି ଏହା କେଶ ପାଇଁ ଭଲ ନୁହେଁ । ତେଣୁ କେଶକୁ ପ୍ରଥମେ ଶୁଖାନ୍ତୁ ଏହାପରେ ପାନିଆରେ କୁଣ୍ଡାନ୍ତୁ ।
୩.କେଶକୁ ଶିଘ୍ର ଶୁଖେଇବା ପାଇଁ ପ୍ରାୟତଃ ମହିଳାମାନେ ଡ୍ରାଏର ବ୍ୟବହାର କରିଥାନ୍ତି। ଏମିତି କରିବାଠାରୁ ଦୂରେଇ ରୁହନ୍ତୁ । କାରଣ ଡ୍ରାଏର ର ହିଟ୍ କେଶକୁ କ୍ଷତି ପହଁଞ୍ଚାଇଥାଏ ଏବଂ କେଶର ମୂଳକୁ ଦୂର୍ବଳ କରିଥାଏ ।
୪.ଓଦା କେଶକୁ ଶୁଖେଇବା ପରେ ହିଁ ଏହାକୁ ବାନ୍ଧନ୍ତୁ । ନଶୁଖଇବା ପୂର୍ବରୁ କେଶକୁ ବାନ୍ଧିବା ଦ୍ବାରା କେଶ ଝଡିଥାଏ । ତେଣୁ ଓଦା କେଶକୁ ବାନ୍ଧିବାଠାରୁ ଦୂରେଇ ରୁହନ୍ତୁ ।