କେରାନାକୁ ନେଇ ପରିବହନ ବିଭାଗର ପକ୍ଷରୁ ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି

(ମୃତ୍ୟୁଞ୍ଜୟ / ରିପୋର୍ଟସ ଟୁଡ଼େ ): ସାରା ବିଶ୍ୱରେ କରୋନାର ଆତଙ୍କ ରାଜ ଚାଲିଛି । ବତର୍ମାନ ସୁଦ୍ଧା ୧୫୩ ଟି ଦେଶକୁ ଏହି ଭାଇରସ ଗ୍ରାସ କରିବାରେ ଲାଗିଛି । ଓଡ଼ିଶାରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଖବର ଆସିବା ପରେ ଚାରିଆଡ଼େ ଆତଙ୍କ ଖେଳି ଯାଇଛି । ଭାଇରସ ସଂକ୍ରମଣକୁୁ ରୋକ ଲଗାଇବା ପାଇଁ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସଚେତନତା ଜାରି କରାଯାଇଛି । ଏହି କ୍ରମରେ ଆଜି କେରାନା କୁ ନେଇ ପରିବହନ ବିଭାଗର ପକ୍ଷରୁ ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି କରାଯାଇଛି । ସିଟଠୁ ଅଧିକ ଲୋକଙ୍କୁ ବସରେ ନେବାକୁ ମନା କରାଯାଇଛି । ବସରେ ଓଭରଲୋଡ଼ିଂ ନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି । ବସରେ ଡ଼୍ରାଇରଭଙ୍କ ଠୁ ନେଇ ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବା ନିତାନ୍ତ ଆବଶ୍ୟକ ବୋଲି କୁହାଯାଇଛି । କର୍ମଚାର ମାନେ ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦେବାକୁ ପରିବହନ ବିଭାଗର ପରାମର୍ଶ ଏନେଇ ମନ୍ତ୍ରୀ ପଦ୍ନନାଭ ବେହେରାଙ୍କ ପ୍ରତିକ୍ରିୟା ରଖିଛନ୍ତି ।