ଜିରାଙ୍ଗ ବୌଦ୍ଧ ମନ୍ଦିର ପରିଦର୍ଶନ କଲେ ରାଜ୍ୟପାଳ

ଗଜପତି ଜିଲ୍ଲା ଗସ୍ତରେ ମହାମହିମ ରାଜ୍ୟପାଳ l ରାଜ୍ୟପାଳ ମହେନ୍ଦ୍ରଗିରିରେ ଆୟୋଜିତ ମହେନ୍ଦ୍ରମେଳାରେ ଯୋଗ ଦେବା ପରେ ସେଠାରୁ ଜିରାଙ୍ଗ ସ୍ଥିତ ବୌଦ୍ଧ ମନ୍ଦିର ପରିଦର୍ଶନ କରିଛନ୍ତି l ମନ୍ଦିରର ବଡ ଗୁରୁଜୀ  ଜିଗମେ ରିମ୍ପୋଚେ ରାଜ୍ଯପାଳଙ୍କୁ ଭବ୍ୟ ସ୍ବାଗତ କରିଥିଲେ l ତାପରେ ମନ୍ଦିର ଦର୍ଶନ କରି ମନ୍ଦିରର ପରିଚାଳନା ଓ ଏହାର ଐତିହ ସମ୍ପର୍କରେ ପଚାରି ବୁଝିଥିଲେ l ତିବତୀୟ ମହିଳା ପୁରୁଷମାନେ ଟିବତୀୟ ପାରମ୍ପରିକ ଉପଡୋକନ୍ ଦେଇ ବିପୂଳ ସ୍ୱର୍ଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥଲେ l