(ଜୟନ୍ତ କୁମାର ସେଠୀ) : ନିମାପଡା ପୋଲିସକୁ ମିଳିଛି ବଡ ସଫଳତା । ନିମାପଡା ଅଞ୍ଚଳରେ ରାହାଜାନି କରି ଆତଙ୍କ ସୃଷ୍ଟି କରୁଥିବା ୬ ଜଣଙ୍କୁ ଗିରଫ କଲା ନିମାପଡା ପୋଲିସ । ଗତ ଅଗଷ୍ଟ ୧୪ ତାରିଖରେ ଦିବା ୧୧ ଘଟିକା ସମୟରେ ବୋଲେରୋ ରେ ଆସୁଥିବା ବ୍ୟବସାୟୀଙ୍କୁ ମୁଣ୍ଡରେ ବନ୍ଧୁକ ଲଗାଇ ୮ଲକ୍ଷ ଲୁଟ ୍ କରି ନେଇଥିଲେ ଦୁର୍ବୁତ । ଉକ୍ତ ଘଟଣାର ମାଷ୍ଟର ମାଇଣ୍ଡ ବୋଲେରୋ ଡ୍ରାଇଭର ଭାଗିରଥି ପଣ୍ଡାଙ୍କ ସମେତ ନିମାପଡା ରେଞ୍ଚ ଶାସନରେ ସୁନିଲ ପ୍ରଧାନ ଓରଫ ତାରାକାନ୍ତ ପଣ୍ଡାଙ୍କୁ ଏହି ଲୁଟ ଘଟଣାରେ ନିମାପଡା ପୋଲିସ ଗିରଫ କରିବା ସହିତ ଏମାନଙ୍କଠାରୁ ୭୨ ହଜାର ନଗତ ଟଙ୍କା ସହିତ ୪ଟି ବାଇକ ଜବତ କରିଛି ପୋଲିସ । ଏମାନଙ୍କ ମଧ୍ୟରୁ ସୌଭାଗ୍ୟ ଜେନା ଓରଫ ମଣ୍ଟୁ ଉତ୍ତରା ସିଫା ପାଖରେ ଥିବା ଆନ୍ଧ୍ରା ବ୍ୟାଙ୍କ ଘଟଣାରେ ଗିରଫ ହୋଇଥିଲା । ସେପଟେ ଜୁଲାଇ ୧୯ ତାରିଖରେ ଜୈନିକ ମହିଳାଙ୍କ ଠାରୁ ଲୁଟ ହୋଇଥିବା ସୁନା ଚେନ୍ ଓ ଗୋଟିଏ ବାଇକ ଜବତ କରିଛି ପୋଲିସ । ଏହି ମାମଲାରେ ଆଲୋକ କୁମାର ବେହେରା ଓ ଚୋରା ସୁନା ଚେନ କିଣିଥିବା ପ୍ରଦୀପ୍ତ ଭାରତୀଙ୍କୁ ପୋଲିସ ଦ୍ୱାରା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହାର ଖୁଲାସା କରାଯାଇଥିବା ବେଳେ ୮ ଲକ୍ଷ ଟଙ୍କା ଲୁଟ ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୩ ଜଣ ଫେରାର ଥିବା ବେଳେ ସୁନା ଚେନ୍ ଲୁଟ ଘଟଣାରେ ଅନ୍ୟ କଣେ ଫେରାର ଅଛି ।