୨୦୨୭ ଯୁକ୍ତ ଦୁଇ ପରୀକ୍ଷା ପୂର୍ବରୁ CCTV ବ୍ୟବସ୍ଥା କଡ଼ାକଡ଼ି; ନଭେମ୍ବର ୩୦ ସୁଦ୍ଧା ସ୍ଥିତି ଅପଡେଟ୍ ନିର୍ଦ୍ଦେଶ

୨୦୨୭ ମସିହାର ବାର୍ଷିକ ଯୁକ୍ତ ଦୁଇ ପରୀକ୍ଷାକୁ ସ୍ୱଚ୍ଛ, ଶୃଙ୍ଖଳିତ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ CCTV ନିରୀକ୍ଷଣ ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଏନେଇ ପରିଷଦ ପକ୍ଷରୁ ସମସ୍ତ ଅନୁବନ୍ଧିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ କଲେଜର ଅଧ୍ୟକ୍ଷ ଏବଂ ମୁଖ୍ୟମାନଙ୍କୁ ଜରୁରୀ ନିର୍ଦ୍ଦେଶ ଜାରି ହୋଇଛି।

ପରୀକ୍ଷା କେନ୍ଦ୍ରର ଷ୍ଟ୍ରଙ୍ଗ୍‌ ରୁମ୍‌, ପରୀକ୍ଷା ହଲ୍‌, କେନ୍ଦ୍ର ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଏବଂ ପରୀକ୍ଷାଗାରରେ CCTV କ୍ୟାମେରା ଲଗାଇବା ସହ ଏହାକୁ କାର୍ଯ୍ୟକ୍ଷମ ରଖିବା ବାଧ୍ୟତାମୂଳକ। ଏହା ସହ ଏହି ସମସ୍ତ ସ୍ଥାନର କାର୍ଯ୍ୟକଳାପର ଲାଇଭ୍‌ ଷ୍ଟ୍ରିମିଂ ବ୍ୟବସ୍ଥା କରାଯିବ, ଯାହା ମାଧ୍ୟମରେ CHSE, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମେତ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ନିରୀକ୍ଷଣ କରିପାରିବେ।

ଯେଉଁ ଶିକ୍ଷାନୁଷ୍ଠାନରେ ଏପର୍ଯ୍ୟନ୍ତ CCTV କ୍ୟାମେରା ଲାଗିନାହିଁ, ସେଠାରେ ତୁରନ୍ତ ସ୍ଥାପନ କରିବାକୁ କୁହାଯାଇଛି। ପୂର୍ବରୁ କ୍ୟାମେରା ଲାଗିଥିବା ଅନୁଷ୍ଠାନଗୁଡ଼ିକ ମଧ୍ୟ କ୍ୟାମେରାର କାର୍ଯ୍ୟକ୍ଷମତା, ସଠିକ୍ ତାରିଖ ଓ ସମୟ ଯାଞ୍ଚ କରିବେ। ପ୍ରଶ୍ନପତ୍ର ଷ୍ଟ୍ରଙ୍ଗ୍‌ ରୁମ୍‌ରେ ପହଞ୍ଚିବା ଦିନଠାରୁ ପରୀକ୍ଷାର ପ୍ରଥମ ଦିନ ପର୍ଯ୍ୟନ୍ତ କ୍ୟାମେରାଗୁଡ଼ିକ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିବାକୁ କୁହାଯାଇଛି।

୨୦୨୬ ବାର୍ଷିକ ଯୁକ୍ତ ଦୁଇ ପରୀକ୍ଷାରେ ପରୀକ୍ଷା ପରିଚାଳନା କେନ୍ଦ୍ର ଓ ପରୀକ୍ଷା କେନ୍ଦ୍ର ଭାବେ ଘୋଷିତ ହୋଇଥିବା ଅନୁଷ୍ଠାନ ସମେତ ନୂଆ କେନ୍ଦ୍ର ପାଇଁ ଯୋଗ୍ୟ ଅନୁଷ୍ଠାନଗୁଡ଼ିକ ନିମ୍ନଲିଖିତ ବ୍ୟବସ୍ଥା କରିବେ।
* DVR/NVR ଯନ୍ତ୍ର।
* Insta Cloud ସେବା।
* ସର୍ବନିମ୍ନ ୫୦ Mbps ଇଣ୍ଟରନେଟ୍‌ ସଂଯୋଗ।
* Static IP ଠିକଣା।
* Insta Cloud Serial Number।
* CP Plus, Hikvision କିମ୍ବା ସମାନ ଧରଣର CCTV କ୍ୟାମେରା