ଗଞ୍ଜାମ ଚାମ୍ବର ଅଫ କମର୍ସ ପକ୍ଷରୁ ଆଜି ନୋ- ୟୁ.ପି.ଆଇ ଡେ ପାଳନ

ଗଞ୍ଜାମ ଚାମ୍ବର ଅଫ କମର୍ସ ପକ୍ଷରୁ ଆଜି ନୋ- ୟୁ.ପି.ଆଇ ଡେ ପାଳନ କରାଯାଇଛି । ପ୍ରସ୍ତାବିତ ୟୁପିଆଇରେ ଏମ.ଏମ.ଡି.ଆର ଶୁଳ୍କ ଉଚ୍ଛେଦ ଦାବିରେ  ନୋ ୟୁ.ପି.ଆଇ ଡେ ପାଳନ କରାଯାଇଛି ‌। ଏହି ଅବସରରେ ଗଞ୍ଜାମ ଚାମ୍ବର ଅଫ କମର୍ସ କାର୍ଯ୍ୟାଳୟରୁ ଏକ ବୃହତ ବିକ୍ଷୋଭ ବାଇକ୍ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଗତ ୧୫ ଅକ୍ଟୋବର ୨୦୨୬ରୁ ୟୁପିଆଇ ବ୍ୟବସାୟିକ ନେଣଦେଣ ଉପରେ ମରଚାଣ୍ଟ ଡିସକାଉଣ୍ଟ ରେଟ୍ ତଥା ଏମଡିଆର ଶୁଳ୍କ ଲାଗୁ କରିବା ପାଇଁ ଘୋଷଣା ହୋଇଛି । ପ୍ରସ୍ତାବିତ ଶୁଳ୍କ ଦୁଇ ହଜାରରୁ ଉର୍ଦ୍ଧ୍ବ ଗ୍ରାହକରୁ ବ୍ୟବସାୟୀ ୟୁପିଆଇ ନେଣଦେଣ ଉପରେ ୦.୪ ପ୍ରତିଶତ ଏମଡିଆର ଲାଗୁ ହେବ । ଏହାଦ୍ବାରା ବ୍ୟବସାୟୀ ମାନେ ଅଯଥାରେ ଟଙ୍କା ଗଣିବାକୁ ପଡ଼ିବା ସହ ବ୍ୟବସାୟୀ ମାନଙ୍କ ଉପରେ ଆର୍ଥିକ ବୋଝ ପଡ଼ିବ । ଏହାଦ୍ବାରା ଲାଭାଂଶ ହ୍ରାସ, ବଡ଼ ଖୁଚୁରା କରବାର ଉପରେ ଅତିରିକ୍ତ ଚାପ, ଡିଜିଟାଲ ଇଣ୍ଡିଆ ପ୍ରତି ଆପ୍ରୋତ୍ସାହନ ହେବ । ତେଣୁ ୟୁପିଆଇ ନେଣଦେଣ ଉପରୁ ପ୍ରସ୍ତାବିତ ଏମଡିଆର ଶୁଳ୍କକୁ ଉଚ୍ଛେଦ କରାଯାଉ ବୋଲି ଚାମ୍ବର ଅଫ କମର୍ସ ଦାବି କରିଛି । ଆଜିର ଏହି ବିକ୍ଷୋଭ ଶୋଭାଯାତ୍ରାରେ ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲାର ୩୯ଟି ବ୍ୟବସାୟୀକ ସଙ୍ଗଠନର ସଦସ୍ୟ ମାନେ ସାମିଲ ହୋଇଥିଲେ ।