ଫ୍ରିଡମ ଇଣ୍ଟରନ୍ୟାସନାଲ ସ୍କୁଲରେ ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମଙ୍କ ଜୟନ୍ତୀ ପାଳିତ

ସାଲେପୁର(ତାରାକାନ୍ତ ନାୟକ): ସାଲେପୁର ଅଂଚଳର ଅଗ୍ରଣୀ ଶିକ୍ଷାନୁଷ୍ଠାନ ନଦୋଳ ସ୍ଥିତ ଫ୍ରିଡମ ଇଣ୍ଟର ନ୍ୟାସନାଲ ସ୍କୁଲ ପକ୍ଷରୁ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଅବଦୁଲ କଲାମଙ୍କ ୯୧ ତମ ଜୟନ୍ତୀ ପାଳିତ ହୋଇଛି।ସ୍କୁଲର ଚେୟାରମ୍ୟାନ ତଥା ସମାଜସେବୀ ଇଞ୍ଜିନିୟର ସେକ ଜାହାଙ୍ଗୀର ଅଲ୍ଲୀଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରତିଷ୍ଠାତା ସେକ ଅଜଗର ଅଲ୍ଲୀ ଯୋଗ ଦେଇ ଡକ୍ଟର କଲାମଙ୍କ ଦେଶ ଓ ଜାତି ପ୍ରତି ଥିବା ତ୍ୟାଗ ସମ୍ପର୍କରେ ଆଲୋକପାତ କରିଥିଲେ।ମୁଖ୍ୟ ବକ୍ତା ଭାବେ ସ୍କୁଲର ସମ୍ପାଦକ ଡ୍ ସେକ ରିୟା ଜୁର ରହେମାନ ଯୋଗ ଦେଇ ଡକ୍ଟର କଲାମଙ୍କ ନୀତି ଆଦର୍ଶରେ  ଅନୁପ୍ରାଣିତ ହୋଇ କାର୍ଯ୍ୟ କଲେ ସଫଳତା ପାଇ ପାରିବ ବୋଲି  ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ସମ୍ମାନିତ ଅତିଥି ବିଦ୍ୟାଳୟର ଅଧକ୍ଷ ସୁଦାମ ଚରଣ ଶତପଥୀ, ଉପାଧକ୍ଷ ଡକ୍ଟର ରଞ୍ଜନ କୁମାର ହରିଚନ୍ଦନ ପ୍ରମୁଖ ଯୋଗ ଦେଇ ଡକ୍ଟର କଲାମଙ୍କ ତ୍ୟାଗପୂତ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ।ପ୍ରାରମ୍ଭରେ ଅତିଥିମାନେ ଡକ୍ଟର କଲାମ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ଏହି ଅବସରରେ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଭାରତର ମିଶାଇଲ ମ୍ୟାନ ଡକ୍ଟର କଲାମଙ୍କ ଜୀବନୀ ଉପରେ କୁଇଜ୍ ପ୍ରତିଯୋଗିତା ସହିତ ପ୍ରତିଛବି ଅଙ୍କନ, ବିଜ୍ଞାନ ପ୍ରଦର୍ଶନ ଆଦି ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା।ଶିକ୍ଷୟତ୍ରୀ ସୁନୀତା ମହାନ୍ତି ସଭା କାର୍ଯ୍ୟ ପରିଚାଳନା କରୁଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ,କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।