ଭୁବନେଶ୍ୱର: ପ୍ରଥମ ଥର ପାଇଁ ରାଜ୍ୟସରକାରଙ୍କ ଉଦ୍ୟମରେ ଆସନ୍ତା ପଭେମ୍ବର ୧ ତାରିଖରୁ ରାଜ୍ୟରେ ବାଘ ଗଣନା ଆରମ୍ଭ ହେବ । ଆସନ୍ତା ଜାନୁଆରୀ ୩୧ ସୁଦ୍ଧା ଗଣଦା ସରି ରିପୋର୍ଟ ଆସିବ ବୋଲି କୁହାଯାଉଛି । ତେବେ ରାଜ୍ୟରେ ୨୦ଟି ବାଘ ଥବା କେନ୍ଦ୍ର ସରକାର କହୁଥିବା ବେଳେ ରାଜ୍ୟସରକାର ୨୫ ଟି ବାଘ ଥିବା ନେଇ ଦାବି କରୁଛନ୍ତି । ସେପଟେ ଆଜିଠୁ ଶିମିଳିପାଳ ଅଭୟାରଣ୍ୟ ସହ ବାରିପଦା ସର୍କଲର ୫ଟି ବନଖଣ୍ଡରେ ଆରମ୍ଭ ହୋଇଛି ବାଘ ଗଣନା । ଏହି ପ୍ରକଳ୍ପର ୧୯ଟି ରେଞ୍ଜ୍ ର ୨୦୯ଟି ଟିମ୍ ନିୟୋଜିତ ଅଛନ୍ତି । ତଦାରଖ ପାଇଁ ସମସ୍ତ ଅଧିକାରୀ ଉପସ୍ଥିତ ରହିଛନ୍ତି । ଆଜିଠୁ ଆରମ୍ଭ ହୋଇ ଜାନୁଆରୀ ୨୦ ଯାଏ ସର୍ଭେ ଚାଲିବ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓଡ଼ିଶାର ସର୍ବବୃହତ ବ୍ୟାଘ୍ର ପ୍ରକଳ୍ପ । ଏନଟିସିଏ ଗଣନା ମୁତାବକ ଶିମିଳିପାଳରେ ୨୦ରୁ ଅଧିକ ବାଘ ଅଛନ୍ତି । ୨୭ ହଜାର ବର୍ଗ କିଲୋମିଟର ବ୍ୟସାର୍ଦ୍ଧ ଶିମିଳିପାଳ ଅଭୟାରଣ୍ୟ । ଏହି ଅଭୟାଣ୍ୟରେ ସର୍ବାଧିକ ମହାବଳ ବାଘ ଅଛନ୍ତି