ଭୁବନେଶ୍ୱର : ଜାନୁଆରୀ ୧୮ ଓ ୧୯ ତାରିଖରେ ଓଡିଶାରେ ହେବ ମିଶନ ଅଲମ୍ପିକ ସେଲ ବୈଠକ । ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ, ଓଡିଶାରେ ଏହି ମିଶନ ଅଲମ୍ପିକ ସେଲ ଚୟନ ବୈଠକ ହେବ । ମିଶନ ଅଲମ୍ପିକ ସେଲ, ଯାହା ଅଲମ୍ପିକ ପୋଡିଅମ ପର୍ୟ୍ୟନ୍ତ ପହଞ୍ଚେଇବା ପାଇଁ ଖେଳାଳୀ ମାନଙ୍କୁ ସହାୟକ ହୁଏ । ଏହାସହ ଚୟନ ଓ ସୁବିଧା ମଧ୍ୟ ଦିଏ । ଲଗାତାର କେନ୍ଦ୍ର ସରକାର ଖେଳକୁ ଆଗକୁ ନେବା ପାଇଁ ପ୍ରୟାସ କରିଛନ୍ତି ବୋଲି କହିଲେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର । ୧୩ ତାରିଖରୁ ୨୯ ତାରିଖ ପର୍ୟ୍ୟନ୍ତ ଓଡିଶାରେ ହକି ବିଶ୍ଵ କପ ଆୟୋଜିତ ହେଉଛି । ଦୁଇଟି ସ୍ଥାନରେ ମ୍ୟାଚ ହେବ । ସାରା ବିଶ୍ୱରୁ ୧୬ଟି ଆସିବା ଏବଂ ଭାରତରେ ବାରମ୍ବାର ବିଶ୍ୱ କପ ଆୟୋଜନ ହେବ ବହୁତ କିଛି ସୂଚନା ଦେଉଛି ।
ଭାରତ ଗୋଟିଏ ଥର ନୁହେଁ ୬ ଥର ଅଲମ୍ପିକରେ ଗୋଲ୍ଡ଼ ମେଡାଲ ଜିତିଛି । ପ୍ରଧାନମନ୍ତ୍ରୀ ମୋଦୀ ସବୁବେଳେ କୋପରେଟିଭ୍ ଫେଡ଼େରାଲିଜିମ କଥା କୁହନ୍ତି । କେନ୍ଦ୍ର ସହ ରାଜ୍ୟ ମାନଙ୍କର ମଧ୍ୟ ଭୂମିକା ଅଛି । ହକି କ୍ଷେତ୍ରରେ ଓଡିଶା ମଧ୍ୟ ବହୁତ କାମ କରିଛି । ନୂଆ ଷ୍ଟାଡିଅମ ତିଆରି କରିଛି ଓଡିଶା ଏବଂ ବିଶ୍ଵ କପ ଆୟୋଜନ କରିଛି । ଦୁନିଆର କୋଣ ଅନୁକୋଣରୁ ଯେଉଁ ଟିମ ଆସିଛନ୍ତି ସେମାନଙ୍କୁ ସ୍ୱାଗତ କରୁଛି । ଆଶା ଅଛି ଭଲ ଖେଳ ସହ ଭଲ ପ୍ରଦର୍ଶନ କରିବେ । ଓଡିଶାର ଦର୍ଶକ ଏହି ଅବସରକୁ ଆହୁରି ଭବ୍ୟ କରି ଦିଅନ୍ତି । ଅନେକ ସଂଖ୍ୟାରେ ଦର୍ଶକ ଷ୍ଟାଡିଅମକୁ ଆସିବେ । ଏବଂ ବିଶ୍ୱାସ ଅଛି ଯେ ଏଥର ମଧ୍ୟ ଭବ୍ୟ ଆୟୋଜନ ହୋଇଥିବ । ଭାରତର ଏକ ଭଲ ସନ୍ଦେଶ ସାରା ବିଶ୍ଵକୁ ଯିବ ।