ଋତୁ ବଦଳିବା ଅନୁସାରେ ଫଳ ଓ ପନିପରିବାକୁ ନିଜ ଡାଏଟ୍‌ରେ ସାମିଲ କରନ୍ତୁ

(ରିିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ଋତୁ ବଦଳିବା ଅନୁସାରେ ଫଳ ଓ ପନିପରିବାକୁ ନିଜ ଡାଏଟ୍‌ରେ ସାମିଲ କରିବା ଉଚିତ୍‌। । ପ୍ରତିଦିନ ଗଜା ଜାତୀୟ ଖାଦ୍ୟ ଖାଇବା ଶରୀର ପାଇଁ ଭଲ ହୋଇଥାଏ। ପ୍ରତିଦିନ ଟମାଟୋ ଖାଇବା ଶରୀରକୁ ସୁସ୍ଥ ରଖେ। ଏଥିରେ ଥିବା ଲାଇକୋପିନ୍ ନାମକ ଆଣ୍ଟି ଅକ୍ସିଡାଣ୍ଟ ମଣିଷକୁ ସୁସ୍ଥ ରଖେ। ଏହା ସହ ଟମାଟୋରେ ଥିବା ଭିଟାମିନ୍ କେ, ଭିଟାମିନ୍ ଡି ଏବଂ ଫାଇବର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।
କମଳା, ଲେମ୍ବୁ, ଅଁଳା ଭଳି ଖଟା ଫଳରେ ଭିଟାମିନ୍ ସି ଭରପୁର ପରିମାଣରେ ଥାଏ। ତେଣୁ ଏହିସବୁ ଖାଦ୍ୟକୁ ଖାଦ୍ୟରେ ସାମିଲ କରିବା ଆବଶ୍ୟକ। ପାଳଙ୍ଗ ସାଗରେ ଥିବା ଫ୍ଲୋରେଟ୍ ନାମକ ଏକ ତତ୍ୱ ରକ୍ତକୋଷ ନିର୍ମାଣ କରିବାରେ ସହାୟତା କରେ। ଏଥିରେ ଥିବା ଫାଇବର, ଭିଟାମିନ୍ ସି ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢାଏ। ରସୁଣ ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ। ରସୁଣ ଖାଇଲେ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ। ଏଥିରେ ଏଲିସିନ୍ ନାମକ ଏକ ତତ୍ୱ ଥାଏ, ଯାହା ଶରୀରରେ ଥିବା ବ୍ୟାକ୍ଟେରିଆ ସହ ଲଢ଼ିବାର କ୍ଷମତା ଦେଇଥାଏ।
ତେଣୁ ଖାଦ୍ୟରେ ରସୁଣକୁ ପ୍ରତିଦିନ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ପେଟରେ ଅଲସର ହେବା ଓ କ୍ୟାନସର ଭଳି ରୋଗର ଆଶଙ୍କା ମଧ୍ୟ ଦୂର ହୋଇଥାଏ। ସେହିଭଳି ବାଦାମ ଖାଇବା ବହୁତ ଭଲ କାରଣ ବାଦାମ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ବାଦାମରେ ଥିବା ଭିଟାମିନ୍ ଇ ପ୍ରାକୃତିକ ଭାବେ ଶରୀର ପାଇଁ ଲାଭଦାୟକ ହୋଇଥାଏ। ପ୍ରାୟତଃ ଲୋକେ ଛତୁକୁ ପରିବାରେ ଗଣନ୍ତି ନାହିଁ କିନ୍ତୁ ଏଥିରେ ଥିବା ସେଲନିୟମ୍ ନାମକ ମିନେରାଲ, ଆଣ୍ଟି ଅକ୍ସିଡାଣ୍ଟ ଗୁଣ, ଭିଟାମିନ୍ ବି, ନାଇସିନ୍ ଇତ୍ୟାଦି ଥାଏ। ଏହା ଶରୀରକୁ ରୋଗମୁକ୍ତ କରାଏ।