ମୁଣ୍ଡଳୀ ଛୁଇଁବ ହୀରାକୁଦ ବନ୍ୟା ଜଳ

(ଅନୁସ୍ୱୟା)ଭୁବନେଶ୍ୱର: ଉପର ମୁଣ୍ଡରେ ଲଗାଣ ବର୍ଷା ଫଳରେ ହୀରାକୁଦରେ ଜଳ ପତନ ବୃଦ୍ଧି ପାଇଥିଲା । ପରେ ବନ୍ୟାଜଳକୁ ୨୦ଟି ଗେଟ୍ ମାଧ୍ୟମରେ ନିଷ୍କାସନ କରାଯାଇଥିଲା । କିନ୍ତୁ ଏବେ ଉପର ମୁଣ୍ଡରେ ଆଉ ବର୍ଷା ନାହିଁ । ଯଦ୍ୱାରା ଖୋଲାଯାଇଥିବା ୨୦ଟି ଗେଟରୁ ୧୦ଟି ବନ୍ଦ କରିଦିଆଯାଇଛି । ଏହି ନିଷ୍କାସିତ ଜଳ ଆଜି କଟକ ମୁଣ୍ଡଳିରେ ପହଞ୍ଚିବ । ଏଠାରୁ ପ୍ରାୟ ସାଢେ ୫ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେବ ବୋଲି ଜଳ ସମ୍ପଦ ବିଭାଗ କହିଛି । ଆହୁରି ମଧ୍ୟ ଏହା ଦ୍ୱାରା କୌଣସୀ ବଡ ଧରଣର ବନ୍ୟା ଆଶଙ୍କା ନଥିବା ବିଭାଗ ସ୍ପଷ୍ଟ କରିଛି ।