ବୃଦ୍ଧି ପାଉଛି ସୁବର୍ଣ୍ଣ ରେଖା ନଦୀର ଜଳସ୍ତର
ଲଘୁଚାପ ବର୍ଷା ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣ ରେଖା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
(କେନ୍ଦ୍ରାପଡା) : ଲଘୁଚାପ ବର୍ଷା ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣ ରେଖା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜଳେଶ୍ୱର ରାଜଘାଟ କେନ୍ଦ୍ରୀୟ ଜଳ ବିଭାଗ ଠାରେ ଜଳସ୍ତର ବିପଦ ସଂକେତ ୧୦.୩୬ ମିଟର ରହିଥିଲା ବେଳେ ସକାଳ ୭ଟା ସୁଦ୍ଧା ଜଳସ୍ତର ବିପଦ ସଂକେତ ଉପରେ ୧୦.୪୧ ମିଟର ଉପରେ ଜଳ ପ୍ରବହିତ ହେଉଛି।
ସୂଚନାନୁଯାୟୀ , ତଳିଆ ଅଞ୍ଚଳରେ ବର୍ଷା ଜଳ ଜମି ରହିଥିବା ବେଳେ ଏବେ ବନ୍ୟା ପାଣି ବିପଦ ସୃଷ୍ଟି କରିବ। ବର୍ଷା ପାଣି ତଳିଆ ଅଞ୍ଚଳ ବାଳିଆପାଳ ବ୍ଲକର ବିଷ୍ଣୁପୁର, ଅସ୍ତି, ମଧୁପୁରା, ବାଲିଆପାଳ, ଯାମକୁଣ୍ଡା ୫ଟି ପଞ୍ଚାୟତର ସୂର୍ଯ୍ୟାପୁର, ଚଡବସ୍ତ କାଳରୁଇ ଚୌଧୁରୀ କୁଦ, ଚଢ଼, ପଞ୍ଚରୁଖୀ, ଗୁଣପୁର ଆଦି ଗାଁରେ ବନ୍ୟା ପାଣି ପ୍ରବେଶ କରୁ ଥିବାର ଦେଖିବାକୁ ମିଳିଛି। ବନ୍ୟା ପରିସ୍ଥିତି ସୃଷ୍ଟି ହେବାରୁ ପ୍ରଶାସନ ସଜାଗ ରହିଛି। ରାଜଘାଟ ଠାରୁ ବଙ୍ଗୋପସାଗର ପର୍ଯ୍ୟନ୍ତ ମୋଟ ୬୭ କିଲୋମିଟର ରାସ୍ତା ଦୁର୍ବଳ ନଦୀ ବନ୍ଧ ପାଇଁ ଇରିଗେସନ ବିଭାଗ ସଜାଗ ରହିଛି।