ରାଜ୍ୟରେ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ଭୁବନେଶ୍ୱରରୁ ୪ ଜଣ, ଖୋର୍ଦ୍ଧାରୁ ଜଣେ

ଭୁବନେଶ୍ୱର : ପୁଣି ମୁଣ୍ଡ ବିନ୍ଧାର କାରଣ ହେଲାଣି କରୋନା । କରୋନା ପାଇଁ ପୁଣି ଚିନ୍ତାରେ ଲୋକେ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଟପିଥିବା ବେଳେ  ରାଜ୍ୟରେ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ତେବେ ଭୁବନେଶ୍ୱରରୁ ୪ ଜଣ ଚିହ୍ନଟ ହୋଇଥିବା ବେଳେ  ଜଣେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା  ସୂଚନା ରହିଛି । ତେବେ ସେଥିରେ ୪ ଜଣ ପୁରୁଷ ରହିଥିବା ବେଳେ ଜଣେ ମହିଳା ଆକ୍ରାନ୍ତ  ହୋଇଛନ୍ତି । କରୋନାକୁ ନେଇ ସ୍ଥିତି ଉପରେ ନଜର ରଖାଯିବା ସହ ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ସେପଟେ ଆଣ୍ଟିଜେନ୍‌ କିଟ୍ କେତେ କାମ କରୁଛି, ତାହା ପରୀକ୍ଷା କରିବାକୁ ଆଣ୍ଟିଜେନ୍‌ କୀଟ୍‌କୁ ଭୁବନେଶ୍ୱର ସ୍ଥିତ RMRCକୁ ପଠାଯାଇଛି । ଲକ୍ଷଣ ଯୁକ୍ତ ବ୍ୟକ୍ତିଙ୍କର RTPCR ପରୀକ୍ଷା କରାଯିବ । RTPCR ରିପୋର୍ଟ ଆସିବା ପରେ ତାଙ୍କୁ କୋଭିଡ୍‌ ହୋଇଛି କି ନାହିଁ ସ୍ପଷ୍ଟ କରିବ ସ୍ଵାସ୍ଥ୍ୟ ବିଭାଗ ।