ଭୟାବହ ଅଗ୍ନିକାଣ୍ଡରେ ଜଳିପୋଡି ପାଉଁଶ ହୋଇଗଲା ୧୦ ଦୋକାନ
ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ପ୍ରସିଦ୍ଧ ଶିବ ବାବା ଚନ୍ଦନେଶ୍ୱର ମନ୍ଦିର ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ।
(ବାଲେଶ୍ଵର) : ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ପ୍ରସିଦ୍ଧ ଶିବ ବାବା ଚନ୍ଦନେଶ୍ୱର ମନ୍ଦିର ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ। ଫଳରେ ୧୦ରୁ ଉର୍ଦ୍ଧ୍ଵ ଅସ୍ଥାୟୀ ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ସୂଚନାନୁଯାୟୀ , ସ୍ଥାନୀୟ ଲୋକେ ଅଗ୍ନିକାଣ୍ଡ ଘଟିଥିବା ଦେଖି ନିଆଁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର କ୍ଷତି ହୋଇଥିବା ସୂଚନା ମିଳିଛି।