(ରିପୋର୍ଟସ ଟୁଡ଼େ)ଭଦ୍ରକ: ଭଦ୍ରକ ଜିଲ୍ଲା ଗ୍ରାମାଚଂଳ ଥାନା ଅନ୍ତର୍ଗତ ବଣିଆ ଗାଁରେ ଅଗ୍ନିକାଣ୍ଡ ଘଟିଛି । ଗତକାଲି ରାତିରେ ଅସାବଧାନତା କାରଣରୁ ଭଦ୍ରକର ବଣିଆ ଗାଁରେ ଅଗ୍ନିକାଣ୍ଡ ହୋଇଥିଲା । ଏହି ଅଗ୍ନିକାଣ୍ଡରେ ୩ଟି ପରିବାରର ୧୦ ବଖରା ଘରେ ନିଆାଁ ଲାଗିଯାଇଛି । ଏହାସହ ୫ଟି ଗୋରୁ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସ୍ଥାନୀୟ ଲୋକେ ଏ ସଂପର୍କରେ ଅଗ୍ନିଶମ ବାହିନୀ ସହ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପଂହଚି ନିଆଁ ଲିଭାଇଥିଲା ।