ପୁଣି ହିଂସାକାଣ୍ଡ : ଜେସିବି ପୋଡିଦେଲେ ମାଓବାହିନୀ

ଲଗାତାର କିଛି ଦିନ ବ୍ୟବଧାନ ଭିତରେ ପୁଣି ମାଓବାହିନୀଙ୍କ ଦେଖିବାକୁ ମିଳିଛି ହିଂସାକାଣ୍ଡ l

(ଫୁଲବାଣୀ) : ଲଗାତାର କିଛି ଦିନ ବ୍ୟବଧାନ ଭିତରେ ପୁଣି ମାଓବାହିନୀଙ୍କ ଦେଖିବାକୁ ମିଳିଛି ହିଂସାକାଣ୍ଡ l ଗତକାଲି (ସୋମବାର) ବିଳମ୍ବିତ ରାତିରେ କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କିଆମୁଣ୍ଡା ଗ୍ରାମରେ ରାସ୍ତା କାମରେ ଲାଗିଥିବା ଜେସିବି ଓ ଟ୍ରାକ୍ଟରକୁ ପୋଡି ଦେଇଛନ୍ତି ମାଓବାଦୀ। ଏହି କାଣ୍ଡ ଘଟାଇବା ପରେ ମାଓବାଦୀମାନେ ସେଠାରେ ପୋଷ୍ଟର ଓ ବ୍ୟାନର ମଧ୍ୟ ଲଗାଇଛନ୍ତି l ଆଗକୁ ପଞ୍ଚାଚାୟତ ନିର୍ବାଚନ ଥିବା ବେଳେ ମାଓବାଦୀଙ୍କ ଏଭଳି କାଣ୍ଡ ଯୋଗୁଁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି l

ସୂଚନାନୁଯାୟୀ, ମାଶ୍ରୀପଡା ଠାରୁ କରାଣ୍ଡିବାଲି ପର୍ଯ୍ୟନ୍ତ ହେଉଥିବା ରାସ୍ତା କାମରେରେ ନିୟୋଜିତ ଥିବା ଜେସିବିକୁ ମାଓବାଦୀମାନେ ଜାଳି ଦେଇଛନ୍ତି। ତ୍ରିଶକ୍ତି ଠିକାଦାର ସଂସ୍ଥା ଏହି କାର୍ଯ୍ୟ କରୁଥିବା ଜଣାପଡିଛି।