ଫାର୍ମ ହାଉସରେ ଗୁଳିକାଣ୍ଡ : ମାଲିକ ମୃତ

ଢେଙ୍କାନାଳ: ଫାର୍ମ ହାଉସ ମାଲିକଙ୍କୁ ଗୁଳିକରି ହତ୍ୟା ।ଫାର୍ମ୍ ହାଉସ ଭିତରେ ପଶି ମାଲିକଙ୍କୁ ଗୁଳିମାଡ କଲେ ୩ ଦୁର୍ବୃତ୍ତ । ଗୁଳିମାଡରେ ଫାର୍ମ ହାଉସ ମାଲିକ ମୃତ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ଫାସିଗାଁ ଗ୍ରାମ ନିକଟ ଫାର୍ମ ହାଉସ ଘଟିଛି ଏପରି ହତ୍ୟାକାଣ୍ଡ ।
ସୂଚନା ଅନୁଯାୟୀ, କଳାଙ୍ଗ ଚାକୁଣ୍ଡାଳୀ ଗ୍ରାମର ଯୁବକ ଗୋବିନ୍ଦଚନ୍ଦ୍ର ନାଏକ ଫାସିଙ୍ଗା ଶିବମନ୍ଦିର ନିକଟ ନିଜ ଫାର୍ମ ହାଉସରେ ଗତ ରୋତିରେ ଶେଇଥିବା ବେଳେ ଫାର୍ମ ହାଉସକୁ କିଛି ଦୃର୍ବୃତ୍ତ ଆସି ଟର୍ଚ୍ଚ ମାରିଥିଲେ । ଏହା ଦେଖି ଗୋବିନ୍ଦ ପାଟି କରିବାରୁ ଦୃର୍ବୁତ୍ତ ମାନେ ଗୁଳି କରିଥିଲେ । ଯାହାଦ୍ୱାରା ଗୋବିନ୍ଦ ଗୁରୁତର ଭାବେ ଉଦ୍ଧାର ହୋଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ହେଲେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଏନେଇ ତଦନ୍ତ କରୁଛି ପୋଲିସ ।