ଉତ୍ତରପ୍ରଦେଶର ଜାଲନ ପାଓ୍ଵର ହାଉସରେ ଅଗ୍ନିକାଣ୍ଡ

ଉତ୍ତରପ୍ରଦେଶ: ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ରେ ଜଳିଗଲା ଅନେକ ଟ୍ରାନ୍ସଫରମର । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଜାଲନ ପାଓ୍ଵର ହାଉସରେ । ପାଓ୍ଵର ହାଉସରେ ଥିବା ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡି ନଷ୍ଟ ହୋଇଛି । ନିଆଁ ଯୋଗୁଁ ଆଖପାଖରେ ଥିବା ଅଞ୍ଚଳ ଅନ୍ଧାରରେ ରହିଛି । ଘଟଣାରେ କେହି ମୃତାହାତ ହୋଇନଥିବାବେଳେ ଘଟଣା ସ୍ଥଳରେ ୧୨ରୁ ଅଧିକ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ କରିଛନ୍ତି ।