ବଡଚଣା / ବେଦପ୍ରକାଶ ନାୟକ : ଓଡ଼ିଶା ମାନଚିତ୍ରରେ ସ୍ଥାନ ଅଧିକାର କରିଥିବା ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକ ଓ ତାହାର ପରିବାହାଟ ଦୃଶ୍ୟ ନକହିବା ଭଲ। ଏହା ବ୍ୟବସାୟର ପେଣ୍ଠସ୍ଥଳୀ କିନ୍ତୁ ଏଠି ଯେଉଁଠି ଦେଖିବେ ସେଇଠି କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା । ଦୁର୍ଗନ୍ଧରେ ନାକ ଫାଟି ପଢ଼ୁଛି । ଏବେ ବର୍ଷା ଦିନ ହେଇଥିବାରୁ ଯାତ୍ରୀ ମାନେ ବସ୍ ରେ ଯିବାଲାଗି ନାହିନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବଜାର କମିଟି ଓ ପ୍ରଶାସନ ଦେଖୀ ନଦେଖିଲା ପରି ଅଭିନୟ କରୁଛନ୍ତି। କହିବା କାହାକୁ ଶୁଣିବ କିଏ ? ଚଣ୍ଡିଖୋଲରେ ବାରମ୍ବାର ଦୁର୍ଘଟଣା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେଉଥିଲେ ମଧ୍ୟ ପରିବହନ ବିଭାଗର କୌଣସି ପ୍ରକାର ଫରକ୍ ପଡିନଥିବା ବେଳେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଚଣ୍ଡିଖୋଲରେ ଯାତ୍ରୀ ମାନଙ୍କ ପାଇଁ ସରକାର ଯାତ୍ରିବିଶ୍ରାମ ଗାର କରିଥିଲେ ମଧ୍ୟ ବିଶ୍ରାମ ଗାର୍ ଆଗରେ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ସାଙ୍ଗକୁ ପାଣି ଓ କାଦୁଆ ଜମା ହୋଇଛି । ସାଂସଦ ପାଣ୍ଠିରୁ ଯାତ୍ରୀମାନଙ୍କ ସୁଭିଧା ପାଇଁ ପାଣିଟାଙ୍କି ହୋଇଥିଲେ ମଧ୍ୟ ପାଣିଟାଙ୍କି ବି ଅକାମୀ ହୋଇପଡିଛି। ଯାହା କି ବୁଦ୍ଧିଜୀବୀ ମହଲରେ ଅତି ନିନ୍ଦନୀୟ ଘଟଣା ବୋଲି କୁହାଯାଉଛି । ଚଣ୍ଡିଖୋଲ ଛକଠାରେ ଥିବା ଏକ ଗଳି ପୋଲ ହୋଇଛି। କିନ୍ତୁ ଗଳିପୋଲ କୌଣସି ପ୍ରକାର କାର୍ୟ୍ୟରେ ଲାଗୁନାହିଁ। କାରଣ ସେଠାରେ ଅଳିଆ ଆବର୍ଜ୍ଜନା ସାଙ୍ଗକୁ ପରିସ୍ରା ଗାର ପାଲଟିଛି। ଏବଂ ଗଳିପୋଲ ଭିତରେ ଚାଲିଛି ଗଞ୍ଜେଇ ମାଡ଼ ଯାହାକି ଯାତ୍ରୀ ମାନେ ରାସ୍ତାର ଏପଟ ସେପଟ ପାରିହେବା ପାଇଁ ହଇରାଣ ହେବାକୁ ପଡୁଛି। ଏ ହଉଛି ଯାଜପୁର ଜିଲ୍ଲା ସହ ତିନୋଟି ଜିଲ୍ଲାକୁ ସଂଯାଗ କରୁଥିବା ଜାତୀୟ ରାଜପଥ ଚଣ୍ଡିଖୋଲ ଛକ ଦୃଶ୍ୟ। ଯାହାକି ବାଣିଜ୍ୟ କେନ୍ଦ୍ର ବୋଲି କୁହାଯାଏ। ଏଠି ପ୍ରତିଦିନ ସହ ସହ ଲୋକ ଯା ଆସ କରନ୍ତି। ଏନେଇ ଟ୍ରାଫିକ ବ୍ୟବସ୍ଥା ଅଛି ହେଲେ ଟ୍ରାଫିକ ପୋଷ୍ଟ ନାହିଁ ନଥିବା ଅବସ୍ଥାରେ , ଲୋକଙ୍କ ହିତରେ ରାସ୍ତା ପାରିହେବା ପାଇଁ ଅଣ୍ଡରଗ୍ରାଉଣ୍ଡ ଗଳି ପୋଲ ନିର୍ମାଣ ହୋଇଛି। ଗଳି ପୋଲ ଲାଇଟ୍ ମଧ୍ୟ ଲାଗିଛି କିନ୍ତୁ ଗଳି ପୋଲରେ କୁଢ଼ କୁଢ଼ ମଇଳା ଆବର୍ଜନା ସାଙ୍ଗକୁ ମୂତ୍ର ଗନ୍ଧ ନାକ ଫାଟି ପଡୁଛି । ଏହାକୁ ପ୍ରଶାସନ, ସ୍ଥାନୀୟ ସରପଞ୍ଚ ଓ ବଜାର କମିଟି ଦେଖି ଅଣଦେଖା କରୁଛି । ଅଣ୍ଡରଗ୍ରାଣ୍ଡ ଗଳି ପୋଲ ରାତି ବା ଦିନରେ ନିସାଡ଼ିଙ୍କ ଆଡା ସ୍ଥଳୀ ପାଲଟିଛି। ପ୍ରଶାସନ ଜାଣିଛି ଦେଖୁଛି ମାତ୍ର ଚୁପ୍ ମାରିବସୁଛି । ଚଣ୍ଡିଖୋଲରୁ ପାରାଦୀପ ଯାଉଥିବା ରାସ୍ତାରେ ଥିବା ସରକାରଙ୍କ ଏକ ସୁଲଭ ଶୌଚାଳୟ ଅଛି କିନ୍ତୁ ଜରାଜୀର୍ଣ୍ଣ ଅବସ୍ତାରେ ପଡିଛି । ଲୋକମଙ୍କର ସମସ୍ୟା ପାଇଁ ସରକାର୍ ସୁଲଭ ଶୌଚାଳୟ କରି ଥିଲେ ମଧ୍ୟ ଶୌଚାଳୟ ମଶାଣି ଭୁଇଁରେ ପାଲଟିଛି । ଏଥି ପ୍ରତି ବାଜର କମିଟି, ସ୍ଥାନୀୟ ସରପଞ୍ଚ ଓ ପ୍ରଶାସନ କେବେ ଦୃଷ୍ଟି ଦେଉଛି ତାହା ହିଁ ଦେଖିବକୁ ରହିଲା ।