ଫନି : ଓଡ଼ିଶାକୁ ‘ୟେଲୋ ଓ୍ଵାର୍ଣ୍ଣିଂ’

(ରିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ଫନି ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶାକୁ ‘ୟେଲୋ ଓ୍ଵାର୍ଣ୍ଣିଂ’ ଜାରି କରାଯାଇଛି । ଆଉ ଯେଉଁ ସବୁ ଜିଲ୍ଲାକୁ ‘ଫୋନି’ ଅଧିକ ପ୍ରଭାବିତ କରିପାରେ ସେଗୁଡ଼ିକ ହେଲା- ବୌଦ୍ଧ, କଳାହାଣ୍ଡି, ସମ୍ବଲପୁର, ଦେଓଗଡ଼, ସୁନ୍ଦରଗଡ଼ । ଅନ୍ୟପଟେ ସାମୁଦ୍ରିକ ଝଡ଼ ‘ଫୋନି’ ପ୍ରଭାବରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ ।
ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା ମୁତାବକ, ସାମୁଦ୍ରିକ ଝଡ଼ ‘ଫୋନି’ ଆଜି ଉତ୍ତରପଶ୍ଚିମ ଦିଗରେ ଗୋପାଳପୁର ଓ ଚାନ୍ଦବାଲିକୁ ଛୁଇଁବା ପରେ ଏହା ୩ ତାରିଖକୁ ଦକ୍ଷିଣ ଦିଗ ପୁରୀ ଆଡ଼େ ମୁହାଁଇବ । ତେବେ ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଆଦି ଜିଲ୍ଳାରେ ପବନର ବେଗ ଘଣ୍ଟା ପ୍ରତି ୧୭୦ କିଲୋମିଟର ବହିବାକୁ ଥିବା ବେଳେ ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱରରେ ୧୩୦ କିଲୋମିଟର ବେଗରେ ପବନ ବହିବ।