ହାତୀ ଉପଦ୍ରଵ , ଆତଙ୍କିତ ଗ୍ରାମବାସୀ

ଦିନକୁ ଦିନ ରାଜ୍ୟରେ ହାତୀ ଉପଦ୍ରଵ ବୃଦ୍ଧି ପାଇବାରେ ଲାଗିଛି ।

(ବାଲେଶ୍ଵର) : ଦିନକୁ ଦିନ ରାଜ୍ୟରେ ହାତୀ ଉପଦ୍ରଵ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ବିରିଶପୁର ଓ ଗୋପ ଗ୍ରାମରେ ଗୋଠଛଡା ଦନ୍ତା ହାତୀର ଆତଙ୍କ। ଯାହାକୁ ନେଇ ଭୟରେ ଗ୍ରାମବାସୀ।

ସୂଚନାନୁଯାୟୀ , ଆଜି ସକାଳ ସମୟରେ ଏକ ଗୋଠଛଡା ଦାନ୍ତ ଜଙ୍ଗଲ ମଧ୍ୟରୁ ଚାଲି ଆସି ବିରିଶ ପୁର ଏବଂ ଗୋପ ଗାଁ ମଧ୍ୟରେ ପଶି ଉପଦ୍ରବ ଘଟାଇଥିଲା। ଫଳରେ ଗ୍ରାମବାସୀମାନେ ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଜଙ୍ଗଲ ମଧ୍ୟକୁ ଘଉଡାଇବାକୁ ଉଦ୍ୟମ କରୁଛି।