ପୁଣି ଅନୁଗୁଳ ଜିଲ୍ଲାରେ ହାତୀ ଉପଦ୍ରବ

(ଅନୁସ୍ୱୟା)ଭୁବନେଶ୍ୱର: ଅନୁଗୁଳ ଜିଲ୍ଲାରେ କିଛି ଦିନ ହେବ ହାତୀଙ୍କ ଉପଦ୍ରବ ବଢିବାରେ ଲାଗିଛି । ପୁଣି ଅନୁଗୁଳ ଜିଲ୍ଲା କଣିହାଁ ବନାଞ୍ଚଳ ସୁଲେଇପାଳ ଗାଁରେ ହାତୀ ପଲ ପଶି ଆସି ଉପଦ୍ରବ ଆରମ୍ଭ କରିଦେଇଛନ୍ତି । ହାତୀପଲ ବ୍ୟାପକ ଫସଲ ନଷ୍ଟ ସାଙ୍ଗକୁ ଘର ଭାଙ୍ଗିବା,ଗଛ ଭାଙ୍ଗିଥିବା ଅଭିଯୋଗ ହୋଇଛି । ହାତୀପଲ ଆକ୍ରମଣ କରୁଥିବାରୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ହାତୀ ଘୋଉଡ଼ାଇବା ପାଇଁ ବାରମ୍ବାର ବନବିଭାଗକୁ ଅଭିଯୋଗ କରୁଥିଲେ ମଧ୍ୟ କୈାଣସି ସୁଫଳ ମିଳିପାରୁନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହା ସହ ଆଜି ହାତୀ ଘୋଉଡ଼ାଇବା ପାଇଁ ଯାଇଥିବା ୪ଜଣ ବନ କର୍ମଚାରୀଙ୍କୁ ଉତ୍ୟକ୍ତ ଗ୍ରାମବାସୀ ଅଟକ ରଖିଛନ୍ତି ।