ପାଳଲହଡାରେ ହାତୀ ଉପଦ୍ରବ

(ହରିଶ ଚନ୍ଦ୍ର ଦାସ): ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ଦିନକୁ ଦିନ ହାତୀ ଉପଦ୍ରବ ବଢିବାରେ ଲାଗିଛି । ଫଳରେ ଲୋକମାନେ ଭୟଭିତ ଓ ଆତଙ୍କିତ ଅବସ୍ଥାରେ ଦିନ କାଟଛନ୍ତି ।

ଏକର ଏକର ଧାନ ଫସଲ ସବୁ ନଷ୍ଟ କରିଦେଇଛନ୍ତି ହାତୀ । ଏ ନେଇ ଗ୍ରାମବାସୀ ବନବିଭାଗକୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ବନବିଭାଗ ନିରବ ଥିବା ଜଣାପଡିଛି, ହାତି ଘଉଡେଇବା ତ ଦୁରର କଥା ଖ୍ୟତିଗ୍ରସ୍ତ ଜାଗାକୁ ମଧ୍ୟ ବନବିଭାଗ ଆସିନାହିଁ । ଏନେଇ ବନବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।