ବାଇକ ଧକ୍କାରେ ବିଦ୍ୟୁତ କର୍ମଚାରୀ ମୃତ

ରାଇରଙ୍ଗପୁର(ସତ୍ୟନାରାୟଣ ପାଲ):- ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର-ଯଶିପୁର ଜାତୀୟ ରାଜପଥ ଦଲକି ଫାର୍ମ ଛକରେ ବାଇକ ଧକ୍କାରେ ଜଣେ ବିଦ୍ୟୁତ ବିଭାଗ କର୍ମଚାରୀଙ୍କର ମୃତ୍ୟୁ ହୋଇଛି । ରାଇରଙ୍ଗପୁର ବିଦ୍ୟୁତ ବିଭାଗ ଲାଇନ ମ୍ୟାନ ସି କର୍ମଚାରୀ ଦୁର୍ୟୋଧନ ମହାନ୍ତ (୩୪) ବାଇକରେ ଯାଉଥିବାବେଳେ ଦଲକି ଛକ ନିକଟରେ ଏକ ଅଜଣା ବାଇକ ତାଙ୍କୁ ଧକ୍କା ଦେଇ ଦୃତ ଗତିରେ ଖସି ପଳାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ଅଣାଯାଇଥିଲା । ପରେ ପରିସ୍ଥିତି ଗୁରୁତର ଥିବାରୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ କଲେଜକୁ ସ୍ଥାନାନ୍ତରିତ କରାଯାଉଥିବା ବେଳେ ବାଙ୍ଗିରିପୋଷୀ ଘାଟୀରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଜି ବାରିପଦା ହସ୍ପିଟାଲରେ ଦୁର୍ଯ୍ୟୋଧନଙ୍କର ଶବ ବ୍ୟବଚ୍ଛେଦ କରାଯିବ । ଦୁର୍ୟୋଧନର ମୃତ୍ୟୁରେ ପାଓ୍ବାର ଏମ୍ଲଏଜର ବରିଷ୍ଠ ନେତା ଅଶ୍ବିନୀ ପଣ୍ଡା,ରାଦୁଲାଲ ରାୟ,ଆର୍ତବନ୍ଧୁ ବିଶ୍ବାଳ,କାଶିନାଥ ମହାନ୍ତ,ମହାନ୍ତିବାବୁ ପ୍ରମୁଖ ଗଭିର ଶୋକ ପ୍ରକାଶ କରିଛନ୍ତି ।