ଆସନ୍ତା ୧୮ରେ ହାଲକା ବର୍ଷା ସମ୍ଭାବନା
ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକ ତାପମାତ୍ରାଠାରୁ ୩ରୁ ୫ ଡିଗ୍ରୀ କମ୍ ରହିଛି।
(ଭୁବନେଶ୍ୱର) : ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକ ତାପମାତ୍ରାଠାରୁ ୩ରୁ ୫ ଡିଗ୍ରୀ କମ୍ ରହିଛି। ଆସନ୍ତା ୧୮ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ହାଲକା ବର୍ଷା ହୋଇପାରେ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ।
ସୂଚନାନୁଯାୟୀ , ଫୁଲବାଣୀରେ ଆଜି ସକାଳେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ଥିଲା । ଏହାବାଦ ବହୁ ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଦାରିଙ୍ଗିବାଡ଼ିରେ ୭.୫ଡିଗ୍ରୀ, ସୋନପୁରର ୮.୮, ଝାରସୁଗୁଡ଼ାରେ ୯.୮, ଭବାନୀପାଟଣାରେ ୯.୯ ଥିଲା। ୨୪ ଘଣ୍ଟା ପରେ ରାଜ୍ୟରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ବୋଲି ଜଣାଯାଇଛି।