ସୁବର୍ଣ୍ଣପୁର : ଜିଲ୍ଲାପାଳ ଭାବେ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ଯୋଗଦାନ । ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସଦର ପୂର୍ବତନ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ନିହାର ରଞ୍ଜନ କଁହରଙ୍କ ଠାରୁ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ବିଜ୍ଞପ୍ତି ଏସ ସି ଏସ, ଅନୁସାରେ ଡ଼ଃ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି । ଏହା ପୂର୍ବରୁ ଡ଼ଃ ମିଶ୍ର ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବରେ କାର୍ଯ୍ୟରତ ଥିଲେ । ସେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ ଯୋଗଦାନ କରି ସନ୍ଥାପନା ବିଭାଗ ସହ ଅତିରିକ୍ତ ଦାୟିତ୍ୱରେ ଜିଲ୍ଲା ସଂସ୍କୃତି ଅଧିକାରୀ ଓ ଜିଲ୍ଲା କ୍ରୀଡା ଓ ଯୁବସେବା ଅଧିକାରିଣୀ ଭାବେ ଦକ୍ଷତାର ସହ ଦାୟିତ୍ୱ ତୁଲାଇଛନ୍ତି ।
ଡ଼ଃ ମିଶ୍ର ଆଜି ଅପରାହ୍ନରେ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିବାବେଳେ ଜିଲ୍ଲପାଳ ସୁବର୍ଣ୍ଣପୁରଙ୍କ ଦିଶା ନିର୍ଦେଶ ମତେ ଉପଖଣ୍ଡର ସମସ୍ତ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ଗୁରୁତ୍ୱ ପ୍ରଦାନ କରିବା ସହିତ 5T ଅନୁପାଳନ ପୂର୍ବକ ବିଭାଗୀୟ ସମସ୍ତ କାର୍ଯ୍ୟକ୍ରମକୁ ସୁନିଶ୍ଚିତ କରିବା, ଜନ ସାଧାରଣଙ୍କ ଆପତ୍ତି ଅଭିଯୋଗକୁ ପ୍ରାଧାନ୍ୟ ଦେବା ସହ ଜିଲ୍ଲାର ରାଜସ୍ବ ବୃଦ୍ଧି ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଯୋଗଦାନ ପରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହ କାର୍ଯ୍ୟାଳୟ ସମ୍ବନ୍ଧୀୟ ସୌଜନ୍ୟ ଆଲୋଚନା କରି ସମସ୍ତଙ୍କୁ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ।