ନର୍ସିଂ ବହିରେ ଯୌତୁକ ପାଠ

ଭୁବନେଶ୍ୱର : ଭାରତରେ ଯୌତୁକକୁ ଏକ ବଡ ଅପରାଧ ବୋଲି ବିବେଚନା କରାଯାଇଥାଏ । ଏହା ସହ ଯୌତୁକ ଦେବା ଲୋକ ହେଉ କି ଯୌତୁକ ନେବାଲୋକ ସମସ୍ତେ ସେହି ଅପରାଧରେ ଜଡିତ ହୋଇଥାନ୍ତି । କିନ୍ତୁ ଅଜବ କଥା ହେଉଛି ଯେ ଏବେ ନର୍ସିଂ ପୁସ୍ତକରେ ଏହାର ଉପକାରିତା ବିଷୟରେ ପଢା ଯାଉଛି । ଏବଂ ସେହି ନର୍ସଂ ବହିର ପୃଷ୍ଠା ଏବେ ଭାଇରାଲ ହେବାରେ ଲାଗିଛି । ଯାହା ବିବାଦ ଭିତରକୁ ଟାଣି ହୋଇଛି । ବହିଟି ଆଇଏନସି ଭାରତୀୟ ନର୍ସିଂ କାଉନସିଲ ପାଠ୍ୟ କ୍ରମରେ ସାମିଲ ହୋଇଛି । ଯାହା ଟିକ ଇନ୍ଦ୍ରାଣୀଙ୍କ ଲିଖିତ ସୋସୋଲୋଜି ବହିରେ ରହିଛି । ଏହି ବହିରେ ଡାଉରୀ ବାବଦରେ ତାର ଭଲ ଗୁଣ ବିଷୟରେ ଲେଖାଯାଇଛି ଯେ, ଯୌତୁକ ଯୋଗୁଁ ଘରକୁ ନୂଆ ଆସବାବ ପତ୍ର ଆସିବାସହ ଟିଭି, ଫ୍ରିଜ, ଗାଡି ଟଙ୍କା ଆଦି ମିଳିଥାଏ ।

 

ଏହା ସହ ଯୌତୁକ ହେତୁ ଝିଅ ପୈତୃକ ସମ୍ପତ୍ତିରେ ମଧ୍ୟ ଭାଗିଦାରୀ ହୋଇଥାଏ । ଯାହା ଝିଅ ମାନଙ୍କର ଶିକ୍ଷା ଗ୍ରହଣ କରିବାରେ ସହାୟକ ହୋଇଥାଏ । କାରଣ ଯୌତୁକ ବୋଝକୁ ନ ନେବା ପାଇଁ ବାପା ମା ଅଧିକ ପାଠ ପଢାଇଥାନ୍ତି । ଏହା ସହ ଝିଅ ଅସୁନ୍ଦର ହୋଇଥିଲେ ମଧ୍ୟ ଏହା ଯୋଗୁଁ ବିବାହ ଜଲଦି ହୋଇଯାଇଥାଏ । ଶିବସେନା ଏମପି ପ୍ରିୟଙ୍କା ଚର୍ତୁବେଦୀ ଯୌତୁକ ଭଳୀ ନିୟମ ବର୍ହିଭୁତ ବିଷୟକୁ ବହିରେ ସ୍ଥାନ ଦିଆଯାଇଥିବାରୁ ଉଦବେଗ ପ୍ରକାଶ କରିଛନ୍ତି । ଏହା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହେି ବିଷୟକୁ ବାଦ ଦେବାକୁ ଚିଠି ଲେଖି ଅନୁରୋଧ କରିଛନ୍ତି ।