ସୁବର୍ଣ୍ଣପୁର : ନାବାଳିକା ବିବାହକୁ ରୋକିଲା ଜିଲ୍ଲା ଚାଇଲ୍ଡ ଲାଇନ ବିଭାଗ। ସୁବର୍ଣ୍ଣପୁର ଜିଲ୍ଲାର ଚାଇଲ୍ଡ ହେଲ୍ପ ଲାଇନ, ତରଭା ପୋଲିସ ଏବଂ ଆଇସିଡିସ୍ ତରଭାଙ୍କ ମିଳିତ ଉଦ୍ୟମରେ ଏକ ନାବାଳିକାର ବିବାହକୁ ରୋକାଯାଇ ପାରିଛି।

ଶିଶୁକୁ ତରଭାରୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତି ସୁବର୍ଣ୍ଣପୁରରେ ଉପସ୍ଥାପନା କରାଯାଇଥୁଲା ଶିଶୁ ମଙ୍ଗଳ ସମିତି । ଶିଶୁର ପିତା ମାତା ଓ ଶିଶୁକୁ ସମସ୍ତ ବିଷୟରେ ପୁଙ୍ଖାନୁପୁଙ୍ଖ ବୁଝାଇବାପରେ ଶିଶୁକୁ ତାର ପିତାମାତାଙ୍କୁ ହସ୍ତାନ୍ତର କରାଗଲା। ଏହି ଖବର ଜାଣିବା ପରେ ଅଞ୍ଚଳରେ ସଂପୃକ୍ତ ବିଭାଗକୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଥିବାବେଳେ ବୁଦ୍ଧିଜୀବୀ ମହଲ ଏପରି ରି ଘଟଣାରେ ସମସ୍ତେ ସଚେତନ ରହିବାକୁ ଆହ୍ଵାନ ଦେଇଛନ୍ତି।

ସେହିପରି ଚାଇଲ୍ଡ ରଲ୍ଡ ହେଲ୍ପ ଲାଇନ, ଶିଶୁ କଲ୍ୟାଣ ସମିତି ଏବଂ ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା ଏକ ସଚେତନତା କାର୍ଯ୍ୟ ଜିଲ୍ଲାର ସୋନପୁର୍ ବ୍ଲକର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବଲାଡି, ପ୍ରାଥମିକ ବିଦ୍ୟାଳୟ ସିଂବାହାଲି ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୟୁରୁଡ଼ାନ ଏବଂ ତରଭା ତ ବ୍ଲକର ଉଚ୍ଚ ବିଦ୍ୟାଳୟ ଦେଉଳପଦର ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇକ ବାହାଲ ଶିଶୁ ସହାୟ ଓ ୧୦୯୮ ବିଷୟକୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।