ବିଜେପି ଛାଡ଼ିଲେ ଦିବାକର ପୂଜାରୀ

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ବିଜେପିରୁ ଇସ୍ତଫା ଦେଇଛନ୍ତି ନବରଙ୍ଗପୁର ଜିଲ୍ଲା ବିଜେପି ଆଦିବାସୀ ମୋର୍ଚ୍ଚାର ସାଧାରଣ ସମ୍ପାଦକ ତଥା ନବରଙ୍ଗପୁରର ଆଦିବାସୀ ନେତା ଦିବାକର ପୂଜାରୀ ।
ଆଦିବାସୀ ବହୁଳ ପୁଣି ସଂରକ୍ଷିତ ଆସନ ନବରଙ୍ଗପୁରରେ ଜଣେ ଅଣଆଦିବାସୀଙ୍କୁ ଏଠାରେ ବିଜେପି ପ୍ରାର୍ଥୀ କରିଛି ଏବଂ ସେ ଜାଲ ପ୍ରମାଣପତ୍ର ଦେଇଛନ୍ତି ବୋଲି ମଧ୍ୟ ଦିବାକର ଆଜି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ସେ ନିଜର ସମର୍ଥକ ଓ ଆଦିବାସୀ ଭାଇମାନଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ଦିବାକର କହିଛନ୍ତି ।