ବିଜେପିରୁ ଧର୍ମଶାଳାର ନେତା ହିମାଂଶୁ ଶେଖର ସାହୁ ବହିଷ୍କୃତ

ଭୁବନେଶ୍ୱର: ବିଜେପିରୁ ବହିଷ୍କୃତ ହେଲେ ହିମାଂଶୁ ଶେଖର ସାହୁ।  ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ଧର୍ମଶାଳା ନିର୍ବାଚନମଣ୍ଡଳୀର ଶ୍ରୀ ହିମାଂଶୁ ଶେଖର ସାହୁଙ୍କୁ ଦଳରୁ ବହିଷ୍କାର କରାଗଲା ବୋଲି ରାଜ୍ୟ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

ସୂଚନା ଅନୁଯାୟୀ ,ହିମାଂଶୁ ନିର୍ବାଚନ ପୂର୍ବରୁ ଧର୍ମଶାଳାରେ ନିଜର ସଙ୍ଗଠନ ପ୍ରସ୍ତୁତ କରିଥିଲେ ବି ବିଜେପି ତାଙ୍କୁ ଅଣଦେଖା କରିଥିଲା । ବିଜେପି ଧର୍ମଶାଳାରେ ତାଙ୍କ ବଦଳରେ ସ୍ମୃତିରେଖା ପହିଙ୍କୁ ଟିକେଟ୍ ଦେଇଥିଲା । ଏହାପରେ ହିମାଂଶୁଙ୍କ ସମର୍ଥକମାନେ ଯାଇ ବିଜେପି କାର୍ଯ୍ୟାଳୟ ବାହାରେ ହଙ୍ଗାମା କରିଥିଲେ ଏବଂ ହିମାଂଶୁଙ୍କୁ ଟିକେଟ ଦେବାକୁ ଅଡି ବସିଥିଲେ । ଏହାପରେ ସେ ସ୍ୱାଧୀନ ଭାବେ ନାମାଙ୍କନ ଭରି ନିର୍ବାଚନକୁ ଓହ୍ଲାଇଛନ୍ତି ।